ଆସିକା ବିଧାୟକ ସରୋଜଙ୍କୁ ନିମିନା ପଂଚାୟତରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଧାନସଭା କ୍ଷେତ୍ରର ବିଧାୟକ ସରୋଜ କୁମାର ପାଢୀଙ୍କୁ ସୋମବାର ନିମିନା ଓ କେନ୍ଦୁପଦର ଗ୍ରାମ ପଂଚାୟତରେ ଦଳୀୟ ନେତା, ଶୁଭେଚ୍ଛୁ, ସମର୍ଥକ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା କରିଥିବା ଜଣାପଡିଛି । ନିମିନା ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେପି ନେତା ସୁସଂଗଠକ ଶିବ କୁମାର ନାୟକଙ୍କ ସଂଯୋଜନାରେ ସୋମବାର ନିମିନା ଓ କେନ୍ଦୁପଦର ଗ୍ରାମ ପଂଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ, ମିଶ୍ରଣ ପର୍ବ, ଜନସଂପର୍କ ଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ରାଜନେତା ଶଶାଙ୍କ ଶେଖର ଚର୍ଚ୍ଚି, ହେମନ୍ତ ଗୌଡ, ସନ୍ତୋଷ ଜେନା, ରାଜୀବ ପାତ୍ର ପ୍ରମୁଖ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସାଙ୍ଗଠନିକ ଦକ୍ଷତା ଓ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲା ବେଳେ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସରୋଜ କୁମାର ପାଢୀ ଗତ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ନିମିନା ଓ କେନ୍ଦୁପଦର ପଂଚାୟତର ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ପାଇଁ ବିଧାୟକ ରୂପେ ନିର୍ବାଚିତ ହୋଇଥିବା ସରୋଜ କୁମାର ପାଢୀ ଏହି ଅବସରରେ ଗତ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟରେ ନିର୍ବାଚିତ କରିଥିବାରୁ ଅନ୍ତରର ଗଭୀରତମ ପ୍ରଦେଶରୁ ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ବିଜୟର ଶ୍ରେୟ ଆସିକା ଅଞ୍ଚଳର ଜନସାଧାରଣଙ୍କୁ ପ୍ରଦାନ କରିବା ସାଙ୍ଗକୁ ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଏହି ବିଧାନସଭା କ୍ଷେତ୍ରକୁ ରାଜ୍ୟର ଏକ ଆଦର୍ଶ, ଅଗ୍ରଣୀ ଓ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଗଣିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସରୋଜ କୁମାର ପାଢୀଙ୍କୁ ମଙ୍ଗଳବାର ନିମିନା ଓ କେନ୍ଦୁପଦର ଗ୍ରାମରେ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଓ ବାଇକ୍ ର୍ୟାଲି କାର୍ଯ୍ୟକ୍ରମରେ ବିଜେପି ନେତା ଶିବ କୁମାର ନାୟକ, ଅନିଲ୍ କୁମାର ପରିଡା, ବିଜୟ କୁମାର ସ୍ୱାଇଁ, ସଙ୍ଗୀତ କୁମାର ପାଢୀ, ଭିକି କୁମାର ପାତ୍ର, ନାରାୟଣ ମୁନି, ବିରେନ୍ଦ୍ର ଖଟେଇ, ସତ୍ୟବାନ ସାହୁ, ଗଙ୍ଗାଧର ଗୌଡ, କାମେଶ୍ୱର ପ୍ରଧାନ, ଶଙ୍କର୍ଷଣ ମହାନ୍ତି, କରୁଣାକର ମହାନ୍ତି, ବାଇନାଥ ପାତ୍ର, ପଂଚାନନ ବିଷୋୟୀଙ୍କ ସମେତ ବହୁ ଶୁଭେଚ୍ଛୁ, ସମର୍ଥକ, ଦଳୀୟ ନେତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ବିଧାୟକ ସରୋଜ କୁମାର ପାଢୀ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ଲୋକଙ୍କ ମନରେ ନୂତନ ଆଶାର ସଂଚାର ଜାଗ୍ରତ ହୋଇଥିବା ଲକ୍ଷ୍ୟ କରାଯାଇଛି ।