ଆସିକା ଲାଲାଶାସନ ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ନଗର ପରିକ୍ରମା

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନଏସି ଅଧିନସ୍ଥ ୧୭ନମ୍ବର ୱାର୍ଡର ଲାଲାଶାସନ ଓ ଶାସ୍ତ୍ରୀନଗର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଶ୍ରୀ ଗୋପୀନାଥ (ରାଧାକୃଷ୍ଣ) ମହାପ୍ରଭୁଙ୍କ ପାରମ୍ପରିକ ଦୋଳଯାତ୍ରା ଅବସରରେ ଶନିବାର ରାତ୍ରରେ ବାଦ୍ୟବାଜଣାର ତାଳେତାଳେ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଗ୍ରାମ ଲାଲାଶାସନ ଗ୍ରାମରେ ପବିତ୍ର ଦୋଳଯାତ୍ରା ଅବସରରେ ଶନିବାର ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ରଥରେ ଅଧିଷ୍ଟିତ କରାଯାଇ ରାତ୍ରରେ ବାଦ୍ୟ ବାଜଣାର ତାଳେତାଳେ ବିରାଟ ପଟୁଆରରେ ଗ୍ରାମ୍ୟ ପରିକ୍ରମ କରାଯାଉଥିଲା ବେଳେ ଆସନ୍ତାକାଲି ଅର୍ଥାତ୍‍ ରବିବାର ଉଦ୍‌ଯାପନୀ ଦିବସ ଅବସରରେ ମହାନ୍ ପୌରାଣିକ ନାଟକ “ମହାଭାରତ” ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ଏନ୍‍ଏସି ଅଧୀନସ୍ଥ ଲାଲାଶାସନ ଗ୍ରାମର ମହନୀୟ ପରମ୍ପରାର ଅତି ପୁରାତନ ପ୍ରତୀକ ରୂପେ ପରିଚିତ ଥିବା ଶ୍ରୀ ଶ୍ରୀ ଗୋପୀନାଥ (ରାଧାକୃଷ୍ଣ) ମହାପ୍ରଭୁଙ୍କ ଦୋଳଯାତ୍ରା ଅବସରରେ ଭକ୍ତ ଓ ଭଗବାନ ଏକାକାର ହୋଇପଡିଥିବା ବେଳେ ଠାକୁରଙ୍କ ନଗର ପରିକ୍ରମା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍‍ଏସି ଅଧୀନସ୍ଥ ଲାଲାଶାସନ ଗ୍ରାମରେ ବିଜେ ଶ୍ରୀ ଶ୍ରୀ ଗୋପୀନାଥ (ରାଧାକୃଷ୍ଣ) ମହାପ୍ରଭୁଙ୍କ ଦୋଳଯାତ୍ରା ଅବସରରେ ଶନିବାର ଅନୁଷ୍ଠିତ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ସୁନିଲ୍‍ କୁମାର ମିଶ୍ର, ବାଳକୃଷ୍ଣ ଦାଶ, ମଧୁସୂଦନ ଶତପଥୀ, ରାଧାମାଧବ ତ୍ରିପାଠୀ, ଦୈତାରୀ ମିଶ୍ର, ରାଜେନ୍ଦ୍ର ମିଶ୍ର, ନିର୍ମଳ ଦାଶ, ବାଳକୃଷ୍ଣ ଦାଶ, ମଧୁସୂଧନ ଶତପଥୀ, ରାଧାମାଧବ ତ୍ରିପାଠୀ, ମନୋଜ କୁମାର ଦାଶ, ସୁନିଲ୍‍ କୁମାର ଗୌଡ, ଅନନ୍ତ ଶତପଥୀ, ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଶତପଥୀ, ହେମନ୍ତ କୁମାର ଦାଶ, ରବିଲୋଚନ ଦାଶ, ବିଶିକେଶନ ଶତପଥୀ, ସଚ୍ଚିନ୍ଦ୍ର କୁମାର ହୋତା, ଶିବପ୍ରସାଦ ଶତପଥୀ, ସୀତାରାମ ହୋତା, ଅଶୋକ ଦାଶ, ଚକ୍ରଧର ମିଶ୍ର, ଫକୀର ଦାଶ, ପଦ୍ମଲୋଚନ ଶତପଥୀ, ଉମା ମହେଶ୍ୱର ଦାଶ, ନିର୍ମଳ ଦାଶ, ଦୁତୀକୃଷ୍ଣ କର, ସୁରଜ କୁମାର ଦାଶ, ଦେବୀ ପ୍ରସାଦ ଶତପଥୀ, କମଳଲୋଚନ ମିଶ୍ର, ରତ୍ନାକର ଦାଶ,ସୀତାରାମ ଦାଶ, ଉପେନ୍ଦ୍ରନାଥ ମିଶ୍ର, ଗଙ୍ଗାଧର ଶତପଥୀ, ହିମାଂଶୁ ଶେଖର ମିଶ୍ର, ବଦ୍ରିନାରାୟଣ କର, ଶୁଭମ୍‍ ସାହୁ, ଆକାଶ ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, ହେମନ୍ତ ଦାଶ, ସିମାଂଚଳ ଶତପଥୀ, ପ୍ରଦୀପ କୁମାର ହୋତା, ବୀର ମିଶ୍ର, ପଦ୍ମଲୋଚନ ଶତପଥୀ, ମିଟିକ ତ୍ରିପାଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ଫଗୁଦଶମୀରୁ ଲାଲାଶାସନ ଗ୍ରାମରେ ଆରମ୍ଭ ହୋଇଥିଲା ଦୋଳଯାତ୍ରା ମହୋତ୍ସବ । ନିଜର ଆସ୍ଥାନ ଛାଡି ଦୋଳବିମାନରେ ବିଜେ କରି ରାଧାକୃଷ୍ଣ ମହାପ୍ରଭୂ ଗ୍ରାମ୍ୟ ପରିକ୍ରମା କରୁଥିଲେ । ଫଗୁ ଖେଳି ଖେଳି ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୂ ରାଧାକୃଷ୍ଣଙ୍କୁ ଦୋଳରଥରେ ଗ୍ରାମ୍ୟ ପରିକ୍ରମା କରାଉଥିବା ବେଳେ ପ୍ରଭୂଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ବିମୋହିତ ହୋଇପଡୁଥିବା ଦେଖିବାକୁ ମିଳୁଥିଲା । ପ୍ରଭୂ ରାଧାକୃଷ୍ଣଙ୍କ ଦୋଳବିମାନ ଆଗରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଘଣ୍ଟମୃଦଙ୍ଗ ବାଜଣା ସ୍ଥାନୀୟ ଅଞ୍ଚଳକୁ ପ୍ରକମ୍ପିତ କରିପକାଉଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଲାଲାଶାସନ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଅନନ୍ୟ ଗ୍ରାମ ରୂପେ ପରିଚିତ ଥିବା ଲାଲାଶାସନରେ ଐତିହାସିକ ଦୋଳଯାତ୍ରା ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ