ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭା

ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପ ଆଖୁଚାଷର ବହୁଳପ୍ରସାର ପାଇଁ ଅଙ୍ଗୀକାରବଦ୍ଧ ବୋଲି ବୁଧବାର ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭା ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିନିଶିଳ୍ପ କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ବିଧାୟିକ ସରୋଜ କୁମାର ପାଢୀ, ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ସଦସ୍ୟ ନନ୍ଦିନୀ ଭୁୟାଁ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଆସିକା ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ମହାପାତ୍ର, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଂଘର ସଭାପତି ସମୀର କୁମାର ପ୍ରଧାନଙ୍କ ସମେତ ବହୁ ପରିଚାଳନା ପରିଷଦର ସଦସ୍ୟ ଓ ବିଭାଗୀୟ ପଦାଧିକାରୀ ମଞ୍ଚାସୀନ ଥିଲେ । ଆସିକା ସମବାୟ ଚିନିଶିଳ୍ପର ଏହି ବାର୍ଷିକ ସାଧାରଣ ଅଧିବେଶନରେ ଚିନିଶିଳ୍ପ ସଭାପତି ରବିନ୍ଦ୍ର ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଉଦ୍‌ବୋଧନ ଦେଇ ଆଖୁଚାଷୀ ମାନଙ୍କ କଲ୍ୟାଣ ପାଇଁ ଏହି ସର୍ବପୁରାତନ ସମବାୟ ଅନୁଷ୍ଠାନ କାର୍ଯ୍ୟକାରୀ କରୁଥିବା ବହୁବିଧ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଆଗାମୀ ବର୍ଷ ପାଇଁ ଆଖୁପେଡା କାର୍ଯ୍ୟକ୍ରମ, ଆଖୁଚାଷର ପ୍ରସାର ପାଇଁ ସମବାୟ ଚିନିଶିଳ୍ପର ପଦକ୍ଷେପ, ଆଖୁଚାଷ ପାଇଁ ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଣ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ,ଚିନି ଉତ୍ପାଦନ କାର୍ଯ୍ୟକ୍ରମ, ଚିନିକଳ ଆଧୁନିକରଣ କାର୍ଯ୍ୟକ୍ରମ, ସୁରାଶିଳ୍ପ (ଡିଷ୍ଟିଲେରୀ) ୟୁନିଟ୍ କାର୍ଯ୍ୟକ୍ଷମ ଯୋଜନା, ଉନ୍ନତମାନର ଆଖୁଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ବକ୍ତବ୍ୟ ରଖି ଆସିକା ସମବାୟ ଚିନିଶିଳ୍ପର ମେରୁଦଣ୍ଡ ଆଖୁଚାଷୀ ହୋଇଥିବା ବେଳେ ଆଖୁଚାଷୀ ମାନଙ୍କ ସର୍ବାଙ୍ଗୀନ କଲ୍ୟାଣ ପାଇଁ ବହୁବିଧ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଉଥିଲା ବେଳେ ଚଳିତ ବର୍ଷ ପ୍ରାୟ ୫୦ ହଜାର ମେଟ୍ରିକ ଟନ୍ ଆଖୁପେଡିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ବିଧାୟିକ ସରୋଜ କୁମାର ପାଢୀ, ସମବାୟ ଚିନିଶିଳ୍ପର ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ପ୍ରମୁଖ ଉଦ୍‍ବୋଧନ ଦେଇ ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପର ପ୍ରଗତିର ରଥକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବାର୍ଷିକ ସାଧାରଣ ସଭାରେ ପୂର୍ବ ସାଧାରଣ ସଭାର ବିବରଣୀ ପଠନ ଓ ଦୃଢୀକରଣ, ୨୦୨୪-୨୫ବର୍ଷର ବ୍ୟବସାୟିକ ଯୋଜନା, ୨୦୨୩-୨୪ ବର୍ଷର ଆୟ ଓ ବ୍ୟୟର ବିବରଣୀ ପଠନ ଓ ଅନୁମୋଦନ, ୨୦୨୪-୨୫ ବର୍ଷର ଆୟ ଓ ବ୍ୟୟ ଅଟକଳର ଅନୁମୋଦନ ସମେତ ବିଭିନ୍ନ ଆଲୋଚନା କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଆଖୁଚାଷର ବହୁଳ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଅଗ୍ରଣୀ ଆଖୁଚାଷୀ ସିମାଂଚଳ ନାୟକ, ପଦ୍ମଚରଣ ବିଷୋୟୀ, ଧୋବା ବେବେରା, କିଶୋର ଚନ୍ଦ୍ର ମେହେଣାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ଏହି ବାର୍ଷିକ ସାଧାରଣ ସଭାକୁ ସୁପରିଚାଳନା କରିବା ଦିଗରେ ଚିନିକଳ କର୍ମଚାରୀ ଦିଲୀପ କୁମାର ସ୍ୱାଇଁ, ଶ୍ରୀନିବାସ ପାତ୍ର, ଜଗଦିଶ ପାତ୍ର, ଇ.କେଦାରନାଥ ସାହୁ, ଅରୁଣ କୁମାର ପାତ୍ର, ଅନିଲ କୁମାର ଦାଶ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର କର, ଚନ୍ଦ୍ରଶେଖର ଲେଙ୍କା, ସତ୍ୟବାନ ଲେଙ୍କା, ବିଶ୍ୱନାଥ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସିମାଂଚଳ ସାହୁ, ବାଇଧର ନାହାକ, ଚିରିଞ୍ଜିବୀ ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ଧ୍ରୁବ ଚରଣ ସାହୁ, ଏମ୍‍.ରାମବାବୁ ଦୋରା, ବାସୁଦେବ ସ୍ୱାଇଁ, ସୁମନ୍ତ କୁମାର ପଟ୍ଟନାୟକ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ଜେନା, ବିକାଶ ପଟ୍ଟନାୟକ, କୈଳାଶ ଚନ୍ଦ୍ର ଗୌଡ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଲମ୍ବୋଦର ସାବତ, ସୁମନ୍ତ କୁମାର ପଟ୍ଟନାୟକ, ଦାମୋଦର ସିୟ, ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ