ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା ସମିତି ଗଠିତ

ଆସିକା, (ୱାଇଏନ୍‍ଏସ୍‍):ବିଦ୍ୟାଭୀରତୀ, ଶିକ୍ଷା ବିକାଶ ସମିତିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଗାମୀ ୩ ବର୍ଷ ପାଇଁ ନୂତନ ପରିଚାଳନା ସମିତି ପୁନର୍ଗଠନ ହୋଇସାରିଥିବା ଜଣାପଡିଛି । ଶିକ୍ଷାବିକାସ ସମିତି ଓଡିଶାର କାର୍ଯ୍ୟକାରିଣୀ ସଦସ୍ୟ କିରଣ କୁମାର ପାଢୀ, ଦକ୍ଷିଣପୂର୍ବ ସମ୍ଭାଗର ସଭାପତି ଡଃ ତାରା ପ୍ରସାଦ ଦାଶ, ସମ୍ଭାଗ ସଂପାଦକ ଦୀପକ କୁମାର ମହାରଣା, ଫୁଲବାଣୀ ବିଭାଗ ନୀରିକ୍ଷକ ପଦ୍ମନାଭ ସାମଲଙ୍କ ଉପସ୍ଥିତିରେ ଏହି ନୂତନ କମିଟି ଗଠନ କରାଯାଇଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ସମିତିର ନୂତନ ସଭାପତି ରୂପେ ଶିକ୍ଷାବିତ୍‍ ଡଃ ବିନୋଦ ଚନ୍ଦ୍ର ଦାଶ, ଉପସଭାପତି ରୂପେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ସଂପାଦକ ରୂପେ ଶିକ୍ଷାବିତ୍‍ ପ୍ରତାପ କୁମାର ମହାପାତ୍ର, ଯୁଗ୍ମ ସଂପାଦକ ରୂପେ ପି.ନାଗେଶ୍ୱର ପାତ୍ର, କୋଷାଧ୍ୟକ୍ଷ ରୂପେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଦଣ୍ଡପାଣି ବେହେରା, ସଦସ୍ୟ ରୂପେ ଶ୍ରୀମତୀ ଜଲି ମହାପାତ୍ର ଓ ଶ୍ରୀମତୀ ଶ୍ରାବଣୀ ମହାରଣାଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ସମିତିର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ନୂତନ କାର୍ଯ୍ୟକର୍ତ୍ତାଙ୍କ ଦିଗ୍‍ଦର୍ଶନରେ ଶିକ୍ଷାର ବାର୍ତ୍ତାବହ ସାଜିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଆହୁରି ପ୍ରତିଟି କ୍ଷେତ୍ରରେ ସଫଳତା ପାଇବା ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା ଲକ୍ଷ୍ୟରେ ୧୯୯୩ ମସିହାରେ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦୀର୍ଘ ୩୧ ବର୍ଷରୁ ଉର୍ଦ୍ଧ୍ୱ ଲମ୍ବାଯାତ୍ରାରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଚାଲିଥିବା ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ