ଆସିକା ସାଂସଦଙ୍କ ବେଗୁନିଆପଡା ବ୍ଲକ ଗସ୍ତ

କୋଦଳା,(ବାପୁନି କୁମାର ମାଲୁ):ଆସିକା ସାଂସଦ ଶ୍ରୀମତୀ ଅନିତା ପ୍ରିୟଦର୍ଶିନୀ ବୁଧବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି । ଏହି ସମୟରେ ନିଜ ମାଆ ତଥା ଆସିକା ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନାମରେ ନମିତା ସାତନଳ ସ୍ଥିତ କୁମୁଦିନୀ ବିଦ୍ୟାପୀଠ ଗସ୍ତ କରିଥିଲେ । ଏହି ବିଦ୍ୟାପୀଠର ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝି ଥିଲେ । ନିଜ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ନାମରେ ଏକ ପାଠାଗାର ଖୋଲିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାପରେ ବିଦ୍ୟାପୀଠର କ୍ଲାସ ରୁମ ଖେଳପଡିଆ ଆଦି ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ଗହଣ ରେ କିଛି ସମୟ ବିତାଇବା ସହ ସେମାନଙ୍କ ଆବଶ୍ୟକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ରାମପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଯାଇ ଦର୍ଶନ କରିବା ସହ ନିକଟରେ ନିର୍ମିତ ହେଉଥିବା ମହାମାୟୀ ମନ୍ଦିର ବୁଲି ଦେଖିଥିଲେ । ଏହାପରେ ବେରୁହାଁବାଡ଼ି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଯିବା ସହ ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସାତନଳରେ ହେଉଥିବା ନାମଯଜ୍ଞ କୁ ଯାଇ ଦର୍ଶନ କରିଥିଲେ । ତାଙ୍କ ସହ ସରପଞ୍ଚ ପ୍ରତିମା ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ, ବରିଷ୍ଠ ବିଜେପି ନେତା ଚିତ୍ରସେନ ପରିଡା,ଅଙ୍ଗାରଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ, ବେଗୁନିଆପଡା ମଣ୍ଡଳ ସଭାପତି ଆଲୋକ କୁମାର ଶତପଥି, ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଢ଼ୀ, ରବୀନ୍ଦ୍ର ମହାନ୍ତି, ବାଞ୍ଛାନିଧି ରାଉତଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ