ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲରେ ବିଶ୍ୱ ମହିଳା ଦିବସ ପାଳିତ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ସ୍ଥିତ ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ ଯୋଗଦେଇ ବିଶ୍ୱ ମହିଳା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋତପାତ କରିବା ସାଙ୍ଗକୁ ନାରୀ ହେଉଛି ସମାଜର ପ୍ରକୃତ ମେରୁଦଣ୍ଡ, ସେ ଦୁହିତା, ସହନଶୀଳତା, ସ୍ନେହମୟୀ ଓ ମମତାମୟୀ ହୋଇଥିବାରୁ ସଦାସର୍ବଦା ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସାଙ୍ଗକୁ ମହିଳାମାନେ ଯେତିକି ସଶକ୍ତ ହେବେ ରାଷ୍ଟ୍ର ମଧ୍ୟ ସେତିକି ସଶକ୍ତ ହେବ । ତେଣୁ ରାଷ୍ଟ୍ରର ବିକାଶରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ମହିଳା ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସହକାରୀ ଶିକ୍ଷକ ଅନିଲ୍ କୁମାର ନାୟକ, ପ୍ରଭାତ କୁମାର ଗୌଡ, ମିତାରାଣୀ ବେହେରା, ହେଲିନା ତରାଇ, ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।