ଆସିକା ସୁଗର ଟାଉନ୍ ଜେସିସ୍ର ୨୧ତମ ଅଧିଷ୍ଠାନ ଉତ୍ସବ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ସୁଗର ଟାଉନ୍ ଜେସିସ୍ର ୨୧ତମ ଅଧିଷ୍ଠାନ ଦିବସ ସଭାପତି ଜେସି ଏ.ଶିବଶଙ୍କର ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ଯୋଗଦେଇ ଯୁବପିଢୀଙ୍କୁ ଆଗକୁ ଆସି ସମାଜର ଉନ୍ନତି କରିବା ସହିତ ନିଜର ବ୍ୟକ୍ତିତ୍ୱର ବିକଶିତ କରିବା ପାଇଁ ପ୍ରେରଣା ଦେଇ ଆସିକା ସୁଗରଟାଉନ୍ ଜେସିସ୍ ବର୍ଷ ତମାମ କାର୍ଯ୍ୟକାରୀ କରୁଥିବା ବହୁବିଧ ଜନସଚେତନତା ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଆସିକା ସୁଗର ଟାଉନ୍ ଜେସିସ୍ର ୨୧ତମ ଅଧିଷ୍ଠାନ ଦିବସ ଅବସରରେ ଆଗାମୀ ଏକବର୍ଷ ପାଇଁ ଜେସି ବି.ଶିବଶଙ୍କର ପାତ୍ରଙ୍କୁ ନୂତନ ସଭାପତି, ସଂପାଦକ ରୂପେ ଜେସି ଜଗନ୍ନାଥ ପଢିଆରୀ, କୋଷାଧ୍ୟକ୍ଷ ରୂପେ ଜେସି ଶୁଭମ୍ ପାତ୍ରଙ୍କୁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆସିକା ସୁଗର ଟାଉନ୍ ଜେସିସ୍ର ସଦସ୍ୟ ଏସ୍.ସତ୍ୟନାରାୟଣ ପାତ୍ର, ଶିବରାମ ସାହୁ, ପ୍ରଦୀପ କୁମାର ସାହୁ, ସୋମଦେବ ପାତ୍ର, ଏଲ୍.ସନ୍ତୋଷ କୁମାର ପାତ୍ର, ଏସ୍.ଜିତେଶ୍ କୁମାର ପୃଷ୍ଟି, ଡାକ୍ତର ଦେବାଶିଷ ସାହୁ, ସୁନିଲ୍ ମହାନ୍ତି, ଟି.ରୋଶନ୍ ପାତ୍ର, ପ୍ରତୀକ୍ ଆଚାରୀ, ଦେବାଶିଷ ପଣ୍ଡା, ପ୍ରଦୀପ କୁମାର ସାହୁ, ପ୍ରଦୀପ କୁମାର ପାତ୍ର, ଭାଗ୍ୟଶ୍ରୀ ପାତ୍ର, ସାଇଶ୍ୱରୀ ପାତ୍ର, ରୂପଶ୍ରୀ ପୃଷ୍ଟି, ସୁସ୍ମିତା ପାତ୍ର, ସସ୍ମିତା ପାଢୀ, ସୁଧାଞ୍ଜଳୀ ପାତ୍ର, ପବିତ୍ରା ପାତ୍ର, ସୋନମ୍ ପାତ୍ର, ଲିପ୍ସା ପାତ୍ର, ଡାକ୍ତର ବନ୍ଦନା ସାହୁ, ହୃଷି ପଢିଆରୀ, ଡାକ୍ତର ମୌସୁମୀ ବିଶ୍ୱାଳଙ୍କ ସହ ସମସ୍ତ କର୍ମକର୍ତ୍ତା ସାମୁହିକ ଭାବେ ପରିଚାଳନାରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ସୁଗରଟାଉନ ଜେସିସ୍ର ପୂର୍ବତନ ସଭାପତି ଅନିଲ୍ କୁମାର ପୃଷ୍ଟି, ବି.କିରଣ କୁମାର ପାତ୍ର, କିରଣ କୁମାର ପାଢୀ, ପି.ଗୌରବ ପାତ୍ର, ସୁରେଶ କୁମାର ପାତ୍ର, କେ.ସତ୍ୟନାରାୟଣ ପାତ୍ର, ଜିତେନ୍ଦ୍ର ପାତ୍ର, ବଦ୍ରିନାରାୟଣ ପାତ୍ର, ୟୁ.ସଂଜୟ କୁମାର ପାତ୍ର, ସନ୍ତୋଷ କୁମାର ପାତ୍ର, ଡି.ଆଶିଷ କୁମାର ପାତ୍ର, ସୁବୋଧ ରଂଜନ ନାୟକ, ଟି.ସିଦ୍ଧାର୍ଥ ସୁବୁଦ୍ଧି, ଏ.ଶିବଶଙ୍କର ପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା ।