ଆସିବ ଆଣ୍ଟି ସୁଇସାଇଡ୍ ସିଲିଂ ଫ୍ୟାନ୍
ସିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରୁଥିବାର ଅନେକ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଜବଲପୁରର ଜଣେ କାର୍ଡିଓଲଜିଷ୍ଟ ନିଜର କଠିନ ପରିଶ୍ରମ ବଳରେ ଏହି ସଙ୍କଟର ସମାଧାନ ବାହାର କରିଛନ୍ତି । ସେ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ଯନ୍ତ୍ରର ଆବିଷ୍କାର କରିଛନ୍ତି । କେବଳ ସେତିକି ନୁହେଁ, ଏହାର ପ୍ୟାଣ୍ଟେଟ ବି କରିଛନ୍ତି । ମଧ୍ୟପ୍ରଦେଶ ଜବଲପୁରର କାର୍ଡିଓଲଜିଷ୍ଟ ଡାକ୍ତର ଆର୍. ଏସ୍. ଶର୍ମାଙ୍କୁ ତାଙ୍କର ଏହି ଆବିଷ୍କାର ପାଇଁ ୬ ବର୍ଷ ସମୟ ଲାଗିଛି । ଦୀର୍ଘ ୬ ବର୍ଷ ପରେ ଯାଇ ତାଙ୍କୁ ଏହି ସଫଳତା ମିଳିଛି । ଗତ ଅଗଷ୍ଟ ୧ ତାରିଖରେ ତାଙ୍କୁ ସୁସାଇଡ ପ୍ରୁଫ୍ ଫ୍ୟାନ୍ର ଇଣ୍ଟେଲେକ୍ଚୁଆଲ ୍ରପର୍ଟି ରାଇଟ୍ ଆଧାରରେ ପ୍ୟାଣ୍ଟେଟ ମିଳିଛି । ଡାକ୍ତର ଆର୍. ଏସ୍. ଶର୍ମା କହିଛନ୍ତି, ତାଙ୍କ ପଡ଼ିଶା ଘରେ ରହୁଥିବା ଜଣେ କିଶୋର ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ସେ ଆତ୍ମହତ୍ୟା କରି ଦେଇଥିଲା । ଏହାପରେ ତାଙ୍କ ପିତା ସିଲିଂ ଫ୍ୟାନ୍ ବାହାର କରି ଟେବୁଲ ଫ୍ୟାନ୍ ଲଗାଇଥିଲେ । ଏମିତି ଅନେକ ଘଟଣା ଶୁଣିବା ପରେ ସେ ଏଭଳି ଫ୍ୟାନ୍ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନେଇଥିଲେ ।