ଆସିବ ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ବାୟୋପିକ୍‌

“କିଙ୍ଗ୍ ଅଫ୍ ପପ୍‌’ ମାଇକେଲ୍ ଜ୍ୟାକ୍‌ସନ୍‌ ଙ୍କ ବାୟୋପିକ୍ ତିଆରି ହେବ । ଏଥିରେ ତାଙ୍କ ପୂରା ଜୀବନରେ ଘଟିଥିବା ସମସ୍ତ ଘଟଣା ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ, ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍ ତିଆରି କରିବେ । ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି ।
ଗ୍ରାହମ୍ କିଙ୍ଗ୍ ଏହା ପୂର୍ବରୁ ଫିଲ୍ମ “ବୋହେମିଆନ୍ ରାପସୋଡି’ ତିଆରି କରିଥିଲେ, ଯାହା ଓସ୍କାର ପୁରସ୍କାର ପାଇଥିଲା । ଏହି ଫିଲ୍ମଟି ବିଗତ ଦିନର ମ୍ୟୁଜିକ୍ ସୁପରଷ୍ଟାର୍ ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ ଜୀବନ ଉପରେ ଆଧାରିତ ।
ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ଜନ୍ ଲାଗନ୍ । ଫିଲ୍ମ “ଦ ଏଭିଏଟର୍‌’ରୁ ଚର୍ଚ୍ଚାକୁ ଆସିଥିଲେ ଜନ୍ । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ଉପରେ ଏକ ବୃତ୍ତଚ୍ଚିତ୍ର ତିଆରି ହୋଇଥିଲା । ଏହା ରିଲିଜ୍ ହେବା ପରେ ସେ ଜୀବନ ସାରା ଭୋଗିଥିବା ନାବାଳକ ଦୁଷ୍କର୍ମ ଅଭିଯୋଗ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ