ଆସିଲାନି ଆମ୍ବୁଲାନ୍ସ ଅବହେଳା ଯୋଗୁଁ ରୋୀଗଙ୍କ ମୃତ୍ୟୁ
ଯାଜପୁର,(ଯୁଗାବ୍ଦ ନ୍ୟୁଜ):ଫୋନ କରି ଆସିଲାଣି ଆମ୍ବୁଲାନ୍ସ ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ । ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହା କୌଣସି ଅପହଂଚ ଇଲାକାର ଘଟଣା ନୁହେଁ ଯାଜପୁର ଜିଲାରୁ ଆସିଛି ଏଭଳି ଅଭିଯୋଗ । ଏଭଳି ଅଭିଯୋଗ ଯାଜପୁର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନପୁର ଗାଁରୁ ଆସିଛି । ଗାଁର ମଲି ମାଝି ଙ୍କ ଦେହ ଅସୁସ୍ଥ ହେବାରୁ ତୁରନ୍ତ ୧୦୮ ନମ୍ବରକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବାରୁ ବାଧ୍ୟ ହୋଇ ଲୋକେ ଟ୍ରଲିରେ ମହିଳାଙ୍କୁ ଯାଜପୁର ଟାଉନ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ବାଟରେ ଆମ୍ବୁଲାନ୍ସ ପଂହଂଚିବାପରେ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ର ଅବହେଳା ଯୋଗୁଁ ରୋୀଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାରୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଦାବୀ ହୋଇଛି ।