ଆସିଲା ଉଡନ୍ତା କାର୍
ଜେନିଭା-ଉଡନ୍ତା କାର୍ ବିଷୟରେ ଆପଣ ବୋଧହୁଏ ଜେମସ ବଣ୍ଡ ଚଳଚ୍ଚିତ୍ରରେ ଦେଖିଥିବେ । କିନ୍ତ ଅସଲ ଦୁନିଆରେ ଏହା ଆଜି ପର୍ଯ୍ୟନ୍ତ ଏକ କଳ୍ପନାର ବସ୍ତୁ ହୋଇରହିଥିଲା । ଏବେ ଏହା ସାକାର ହେବା ପରି ଲାଗୁଛି । ଡଚ କମ୍ପାନୀ ପାଲ-ଭି ପକ୍ଷରୁ ଜେନିଭା ମୋଟର ଶୋ’ରେ ଏକ ଉଡନ୍ତା କାର୍ ପ୍ରଦର୍ଶନ କରାଯାଇଛି । ଏହାକୁ ଖୁବ୍ ଶୀଘ୍ର ବଜାରରେ ବିକ୍ରି ପାଇଁ ଛାଡିବ କମ୍ପାନୀ । ଏହା ଏକ ତିନି ଚକିଆ ଯାନ । ଏହା ସଡକରେ ସାଧାରଣ ଯାନ ପରି ଚାଲିବ ଓ ଆକାଶରେ ମଧ୍ୟ ଉଡିପାରିବ । ଏଥିରେ କେବଳ ଦୁଇଜଣ ଯାତ୍ରୀ ବସିପାରିବେ । ସଡକରେ ଚାଲିବା ବେଳେ ଏହା ଘଣ୍ଟା ପ୍ରତି ସର୍ବାଧିକ ୯୯ ମାଇଲର ବେଗରେ ଏହି ଚାଲିପାରିବ । ସେହିପରି ଆକାଶରେ ଉଡିବା ବେଳେ ଏହା ଘଣ୍ଟା ପ୍ରତି ୧୧୨ ମାଇଲ ବେଗରେ ଯାଇପାରିବ । ଏହାର ମୂଲ୍ୟ ରହିଛି ୨୬୮,୦୦୦ ପାଉଣ୍ଡ ରହିଛି । ଏଥିରେ ଥିବା ଏକ ବ୍ଲେଡ ବୁଲିବା ଦ୍ୱାରା ଏହା ଉଡିଥାଏ । ଏଥିରେ ଦୁଇଟି ଇଞ୍ଜିନ ରହିଛି । କେବଳ ପାଲ୍-ଭି ନୁହେଁ ଆଉ କେତେକ କମ୍ପାନୀ ମଧ୍ୟ ଉଡନ୍ତା କାର୍ ନିର୍ମାଣ କରୁଛନ୍ତି ।