ଆସିଲା ନାହିଁ ଆମ୍ବୁଲାନ୍ସ ସାଇକେଲ୍ ରେ ବୁହାହେଲେ ରୋଗୀ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲାର ଯୋଡା ଯେଉଁଠାରେ କି ହଜାର ହଜାର ଟଙ୍କାର ହୋଇଥିଲା ଖଣି ଦୁର୍ନୀତି ଏହି ଖଣିରୁ ଏବେ ହେଉଛି ସ୍ଥାନୀୟ ଅଂଚଳର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କାର ଆଦାୟ । ତଥାପି ହୋଇପାରୁନାହିଁ ଉନ୍ନତି । ଏବେବି ଏ ଅଂଚଳର ଲୋକ ସାଇକେଲ ରେ ନିଜର ସମ୍ପର୍କୀୟା ପିଡୀତା ରୋଗୀଙ୍କୁ ବୋହି ଆଣୁଛି ଡାକ୍ତରଖାନାକୁ , ଆମ୍ବୁଲାନ୍ସ ଟି ମଧ୍ୟ ଆବଶ୍ୟକତା ବେଳେ ମିଳୁନାହିଁ  । କେନ୍ଦୁଝର ଜିଲା ଯୋଡା ବ୍ଲକ ଲହଣ୍ଡା ଅଂଚଳର ଜଣେ ରୋଗୀକୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ରବିବାର ଅପରାହ୍ନ ୨ଟା ବେଳେ ସାଇକେଲ୍ ରେ ବୋହି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଛି । ଖବର ନେବାରୁ ଜଣାପଡିଛି ଯେ, ଲହଣ୍ଡା ଅଂଚଳର ଶୁକୁରା ମୁଣ୍ଡାଙ୍କ ପତ୍ନୀ ଶୁକୁମାରୀ ମୁଣ୍ଡା ଙ୍କ ଦେହ ଅତ୍ୟନ୍ତ ଖରାପ ହୋଇଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ୧୦୮ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ଶୁକୁମାରୀ ମୁଣ୍ଡାଙ୍କୁ ସାଇକେଲ ଯୋଗେ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ନର୍ସ ରବିବାର ଦିନ ଛୁଟି ଦିନ ଥିବା କହି ଡାକ୍ତରଖାନାରେ ଭର୍ତି କରାଯିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ଶୁକ୍ରା ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଅନ୍ୟ କୌଣସି ଉପାୟ ନପାଇ ଗୁରୁତର ଥିବା ତାଙ୍କ ପତ୍ନୀ ଶୁକୁମାରୀ ମୁଣ୍ଡାଙ୍କୁ ଘରକୁ ନେଇ ଯାଉଥିବା ବେଳେ ଯୋଡାରେ ଜଣେ ସହୃଦୟ ବ୍ୟକ୍ତି ସମୀର ଦାସ ସେଠାରେ ପହନଚି ଏହି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଡାକ୍ତରଖାନାର ମୁଖ୍ୟ ଡାକ୍ତର ସୁକାନ୍ତ ଚନ୍ଦ୍ର ଦାସଙ୍କ ବାସଭବନକୁ ଯାଇ ରୋଗୀଙ୍କୁ ଆଡମିସନ୍ କରାଯିବା ନେଇ କଥାବାର୍ତା କରିଥିଲେ । ତେବେ ପରେ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ରୋଗୀ ଶୁକୁମାରୀ ମୁଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ରବିବାର ଛୁଟିଦିନ କହି ଭର୍ତି କରିବାକୁ ମନା କରିଦେଇଥିବା ନର୍ସମାନେ ପୂର୍ବାହ୍ନରେ ଆସିଥିବା ଜଣେ ଶିଶୁ ରୋଗୀଙ୍କଠାରୁ ୫ଶହ ଟଙ୍କା ଉକୋôଚ ନେଇ ଡାକ୍ତରଖାନାରେ ଆଡମିସନ କରାଯାଇଥିବା ଡାକ୍ତରଖାନାରେ ରୋଗୀଙ୍କୁ ଜଗି ରହୁଥିବା ଲୋକମାନେ ନାମକୁ ପ୍ରକାଶ ନକରି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ