ଆସିଲା ନୂଆ ନିୟମ : ଏଟିଏମ୍ ରେ ଟଙ୍କା ନଥିଲେ ଫାଇନ୍ ଦେବ ବ୍ୟାଙ୍କ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌):ଦେଶ ତଥା ରାଜ୍ୟରେ ଗଦା ଗଦା ଏଟିଏମ୍ ମେସିନ ଥିଲେ ବି ସେଥିରେ ବହୁ ସମୟରେ ଟଙ୍କା ନଥିବାରୁ ସାଧାରଣ ଜନତା ବା ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ଆର୍‌ବିଆଇ ଏକ ନୂଆ ନିୟମ ଆଣିଛି । ଏଣିକି ଏଟିଏମରେ ଟଙ୍କା ନଥିଲେ ବ୍ୟାଙ୍କଗୁଡ଼ିକ ଫାଇନ୍ ଦେବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ୧୦ ଘଣ୍ଚାରୁ ଅଧିକ ସମୟ ଯଦି ଏଟିଏମରେ ଟଙ୍କା ନରହିଲେ ସଂପୃକ୍ତ ବ୍ୟାଙ୍କଗୁଡ଼ିକ ଉପରେ ଜରିମାନା ଲଗାଇବ ଆରବିଆଇ । ମାସକେ ୧୦ ଘଣ୍ଟାରୁ ଅଧିକ ସମୟ ଏଟିଏମରେ ଟଙ୍କା ଉପଲବ୍ଧ ନରହିଲେ ପ୍ରତି ଏଟିଏମ୍ ପାଇଁ ବ୍ୟାଙ୍କକୁ ୧୦ ହଜର ଟଙ୍କା ଲେଖାଏ ଫାଇନ୍ ପଡ଼ିବ । ଘରୋଇ ଏଟିଏମ୍ ଅପରେଟର୍ କିମ୍ୱା ହ୍ୱାଇଟ୍ ଲେଭଲ୍ ଏଟିଏମ୍ ଠିକଣା ସମୟରେ ଟଙ୍କା ଭର୍ତ୍ତି ନକଲେ ବି ବ୍ୟାଙ୍କ ଉପରେ ଲାଗିବ ଜରିମାନା । ଏହି ଫାଇନ୍ ଅର୍ଥ ବ୍ୟାଙ୍କ ପକ୍ଷରୁ ଘରୋଇ ଏଟିଏମ୍ ଅପରେଟରଙ୍କ ପାଖରୁ ଆଦାୟ ହେବ । ଅକ୍ଟୋବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବ । ତାପୂର୍ବରୁ ଏଟିଏମରେ ଟଙ୍କା ଅଭାବ ସମସ୍ୟା ଦୂର କରିବା ବ୍ୟବସ୍ଥା କରିବାକୁ ସବୁ ବ୍ୟାଙ୍କ ଓ ଘରେଇ ଏଟିଏମ୍ ଅପରେଟରମାନଙ୍କୁ ପରାମର୍ଶ ଦେଇଛି ଆରବିଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ