ଆସିଲା ଲକ୍ଷେ, ସୋମବାର ଆସିବ ଆଉ ୨ ଲକ୍ଷ ଆଣ୍ଟିଜେନ କିଟ୍
ଭୁବନେଶ୍ୱର: ଆଉ ୧ ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ ଓଡ଼ିଶା ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୫ ହଜାର କିଟ ଆସିଥିଲା । ଏହି କିଟରୁ କ୍ୟାପିଟାଲ ହସ୍ପିଟାଲରେ ୭୫୦ କିଟ ଦିଆଯାଇଛି । ଏହା ସରିବା ପରେ ନିୟମିତ ଭାବେ ରାଜଧାନୀ ପାଇଁ ଯୋଗାଇ ଦିଆଯିବ । ଗତଥର ରାଜଧାନୀ ପାଇଁ ୪୦୦୦ କିଟ ମହଜୁଦ ରଖାଯାଇଥିବା ବେଳେ ଏବେ ୧୦ ହଜାରରୁ ଅଧିକ କିଟ ମହଜୁଦ ରଖାଯିବ । ଏହା ବାଦ ଗଞ୍ଜାମ, କଟକ, ଯାଜପୁର ଓ ରାଉରକେଲା ସହରରେ ଅଧିକ ସଂଖ୍ୟାରେ ଟେଷ୍ଟିଂ ହେବ । ଏବେ ଲକଡାଉନ ସମୟରେ ଏ ସବୁ ଜିଲ୍ଲାରେ ସରକାର ଘରକୁ ଘର ବୁଲି ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରିବେ । ଚିହ୍ନଟ ବ୍ୟକ୍ତି, ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ କିଟରେ ପରୀକ୍ଷା ହେବ । ସବୁ ଜିଲ୍ଲାକୁ ଏହି କିଟ ବାଣ୍ଟି ଦିଆଯିବ । କିଟ ଆରଏଆରସିରୁ ସରିଯିବା ପରେ ସୋମବାର ସୁଦ୍ଧା ଆଉ ୨ ଲକ୍ଷ କିଟ ଆସି ପହଞ୍ଚିଯିବ ବୋଲି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।