ଆସୁଛି ଦଶହରା; ସଜେଇ ହେଉଛି ବ୍ୟବସାୟ ପ୍ରତିଷ୍ଠାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପାର୍ବଣର ଋତୁ ପାଖେଇ ଆସିଯାଇଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ଭାବେ ପରିଚିତ ଥିବା ଦଶହରା ବା ଦୁର୍ଗାପୂଜାକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ଏହା ପରେ ପରେ ଆସୁଛି କୁମାର ପୂର୍ଣ୍ଣିମା । ପାର୍ବଣ ଋତୁୂ ସକାଶେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତି ଗ୍ରାମାଂଚଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ବଜାର, ଫେସନ ବଜାର, ମୁଖ୍ୟ ସଡ଼କ ଗୁଡ଼ିକରେ ଥିବା ସମସ୍ତ ପ୍ରକାର ଲୁଗା, ପୋଷାକ ଓ ପୂଜା ସାମଗ୍ରୀ ବ୍ୟବସାୟର କେନ୍ଦ୍ରସ୍ଥଳୀ ପାଲଟିଥିବା ବେଳେ ସହର ଏବଂ ଏହାର ନିକଟବର୍ତି ଅଂଚଳରୁ ବହୁ କ୍ଷୁଦ୍ର ବ୍ୟବସାୟୀ ଆସି ଅସ୍ଥାୟୀ ଭାବେ ନେଦାକାନ ଖୋଲି ବେପାର କରିବାରେ ଲାଗିଛନ୍ତି । ସହରର ହୋଲସେଲ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ରହିଥିବାରୁ ପାର୍ବଣ ସମୟରେ ବ୍ୟବସାୟ ସକାଶେ ସ୍ୱତନ୍ତ୍ର ଓ ମନଲୋଭା ଅଫର ଓ ରିହାତି ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଏଥି ସକାଶେ କିଛି ବଡ଼ ବଡ଼ ବ୍ୟବସାୟୀ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲୁଗା, କପଡ଼ା, ପ୍ୟାଂଟ, ସାର୍ଟ, କିଡ଼ସ୍ ଓ ଲେଡ଼ିସ୍ ଆଇଟମ୍ ମଗାଇ ମହଜୁଦ ରଖିଥିବାର ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଅଂଚଳ ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜୁରାଟ ଅଂଚଳରୁ ବିଭିନ୍ନ ମନଲୋଭା ଶାଢି ସମେତ ରେଡ଼ିମେଡ଼ି ପୋଷାକର ସମ୍ଭାର ଦେଖିବାକୁ ମିଳିଛି । ପାର୍ବଣ ଋୁତୁ ପାଇଁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବ୍ୟବସାୟୀ ମାନେ ନିଜକୁ ପ୍ରସ୍ତୁତ କରି ସାରିଲେଣି ।ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବଜାର ଓ ମାର୍କେଟ କମ୍ପେ୍ଳକ୍ସ ସୁସଜ୍ଜିତ କରିବା ସହ ଆଲୋକ ମାଳରେ ସଜାଇ ଦିଆଯାଇଛି । ଦଶହରା, କୁମାରପୁର୍ଣ୍ଣିମା, ଦୀପାବଳିକୁ ଆଖି ଆଗରେ ରଖି ହିଞ୍ଜିଳିକାଟୁ ସହରରେ ବହୁ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମହାମାରୀ କରୋନା କଟକଣା ଯୋଗୁଁ ବର୍ତମାନ ସୁଦ୍ଧା ବଜାର ତଥା ବ୍ୟବସାୟ ଜୋର ଧରିନଥିବା ବେଳେ ଆଗାମୀ ଦିନରେ ବ୍ୟବସାୟ ଆଶାନୁରୁପ ହେବ ବୋଲି ବହୁ ବ୍ୟବସାୟୀ ଆଶା ବାନ୍ଧି ବସିଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଡ଼୍ରେସ, ଲୁଗା ଓ ସର୍ଣ୍ଣ ଅଳଙ୍କାର ଦୋକାନ ଗୁଡ଼ିକ ୪୦% ପର୍ଯ୍ୟନ୍ତ ରିହାତି ଘୋଷଣା କରିଥିବ। ର ବଡ଼ ବଡ଼ ହୋଡ଼ିଂ ଲଗାଇଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ