ଆସୁଛି ନୂଆବର୍ଷ, ସଜେଇ ହେଉଛି ଶ୍ରୀକ୍ଷେତ୍ର
ପୁରୀ : ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ସିଂହଦ୍ବାର ସାମ୍ନାରେ ନବନିର୍ମିତ ସେଡକୁ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବ୍ୟାରିକେଡ଼ କରାଯାଇଛି। ବାରିକେଡ୍ କଡ଼ରେ ଭକ୍ତଙ୍କ ବସିବା ପାଇଁ ବି ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ଲାଗି ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି । ସମ୍ଭାବ୍ୟ ଭିଡକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।


