ଆସେକା ଦ୍ୱାରା ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା, ପାଞ୍ଚପୀଢ ଉପଖଣ୍ଡର କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତ ର ଖଡିକୁଦର ଗ୍ରାମରେ ଆଦିବାସୀ ସମାଜ-ଶିକ୍ଷା ଓ ସାଂସ୍କୃତିକ ସମିତି ଆସେକା ଶାଖା ଆନୁକୂଲ୍ୟରେ “ଆଦିବାସୀ ସମ୍ମିଳନୀ ” ଆୟୋଜିତ ହୋଇଯାଇଛି ।ଏହି ସମ୍ମିଳନୀରେ ନାୟକ ବାବା ସାରନା ଧର୍ମର ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପୂଜା ଅର୍ଜନା କଲା ପରେ ତାଙ୍କ ଫଟୋଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଆସେକା ମୁଖ୍ୟ କାର୍ଯ୍ୟାଳୟର ଉପଦେଷ୍ଟା ଶ୍ରୀଯୁକ୍ତ ଲକ୍ଷ୍ମଣ ସାରନା ଧର୍ମର ପତାକା ଉତ୍ତୋଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଆସେକା ଶାଖା କାର୍ଯ୍ୟାଳୟର ସଭାପତି ଶ୍ରୀଯୁକ୍ତ ଭାଗୀରଥ ସୋରେନ୍ ସଭାପତି ପଦ ଅଳଙ୍କୃତ କରିବା ସହିତ ସମ୍ପାଦକ ଶ୍ରୀଯୁକ୍ତ ରବି ମୁର୍ମୁ ସମ୍ମିଳନୀର ମଞ୍ଚ ପରିଚାଳନା କରିଥିଲେ।ପଶ୍ଚିମବଙ୍ଗ ଝାଳଗ୍ରାମ ଜିଲ୍ଲାର ବେତ୍‌କୁଛି ଡାହିରେ ୧୯୭୭ ମସିହାରେ ଅନୁଷ୍ଠିତ ହୋଇଥିବା ‘ଆଦିବାସୀମହାସଭା’ ର ସଦସ୍ୟ ଯିଏ କି ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟର ଆଦିବାସୀ, ହରିଜନ ଓ ପଛୁଆ ବର୍ଗ କଲ୍ୟାଣ ଏବଂପରିବହନବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଚମ୍ଫାଇ ସୋରେନ୍ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଦିଶମ୍ ଗୁରୁଶିବୁ ସୋରେନ୍‌ଙ୍କ ସୁକନ୍ୟା ଅଞ୍ଜଳୀ ସୋରେନ୍ ଓ ସାରନା ଧର୍ମର ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତୀ ଶ୍ରୀଯୁକ୍ତଭୀମ୍‌ରାଓ ମୁର୍ମୁ ସମ୍ମାନନୀୟ ଅତିଥୁ ରୂପେ ଯୋଗଦାନ ଦେଇଥିଲେ ।ମୁଖ୍ୟ କାର୍ଯ୍ୟାଳୟ ରାଇରଙ୍ଗପୁରର ସଭାପତି ଶ୍ରୀଯୁକ୍ତ ମନରୋଞ୍ଜନ ମୁର୍ମୁ ସାମାଜିକ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ୟ୍ଯ ହେମ୍ବ୍ରମ୍ ସହିତ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ସ୍ଥିତ ୧୫ଟି ଶାଖା କାର୍ଯ୍ୟାଳୟର ସଭାପତି ଓ ସମ୍ପାଦକ ସହଯୋଗ କରିଥିଲେ । ସାନ୍ତାଳ ସମାଳର ମୁଖ୍ୟ ପାରଗାନା, ପାର୍‌ନିକ୍, ମାଝୀ, ଜର୍‌ମାଝୀ, ଗଜେତ୍ ନାୟକେ ସହିତ ୫୦୦୦ ରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିଲା ।ଆଦିବାସୀ ମହାସଭା ୧୯୭୭ ମସିହାରେ ଲିଖୁ ପୂଜା ଓ ପର୍ବ, ସଂସ୍କୃତି ଓ ପରମ୍ପରା, ସାରନା ଧର୍ମ, ସାମାଜିକ ପ୍ରଥା ଓ ଗ୍ରାମ ପ୍ରଶାସନିକ ସେବା ର ନୀତି ଓ ଆଦର୍ଶକୁ ଆଲୋଚନା ପର୍ଯ୍ୟାଲୋଚନା କରି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।ସମ୍ମିଳନୀରେ ମୁଖ୍ୟ ଅତିଥୁ ମନ୍ତ୍ରୀ ଗୁମ୍ପାଇ ସୋରେନ୍ ସାନ୍ତାଳ ଜାତି ସମାଜ, ସଂସ୍କୃତି ଓ ପରମ୍ପରା ଏବଂ ଧର୍ମ ପ୍ରତି ସାମ୍ବିଧାନିକ ବ୍ୟବସ୍ଥା ଉପରେ ସମାଜକୁ ଦିଗ୍‌ଦର୍ଶନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ