ଆସ୍ପାୟାର ପକ୍ଷରୁ ଶିକ୍ଷା ଓ ଶିଶୁ ସୁରକ୍ଷା ଅଧିକାରର ଦିନିକିଆ କର୍ମଶାଳ

ଯୋଡ଼ା, (ସମୀର କୁମାର ଦାସ):ଯୋଡା ଭଳି ଖଣି କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବା ପରିଲକ୍ଷିତ କରାଯାଇଛି । ଗ୍ରାମାଞ୍ଚଳରେ ଅଧାରୁ ପାଠ ଛାଡିଥିବା ଏହି ପିଲମାନଙ୍କୁ ନେଇ ପୁନଃର୍ବାର ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କରିବା ପାଇଁ ଆସ୍ପାୟାର ପକ୍ଷରୁ ଅଭିଯାନ ଚାଲିଛି । ଏହା ସହିତ ସଂଖ୍ୟାଧିକ ପିଲା ଏବେବି ସ୍କୁଲ ବାହାରେ ଥିବା ବେଳେ ସେହି ପିଲାମାନଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣିବା ଲାଗି ଆସ୍ପାୟାର ପକ୍ଷରୁ ପ୍ରୟାସ କରାଯାଇଛି ଶିକ୍ଷା ଅଧିକାର ଢାଞ୍ଚାରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲକ୍ଷ ନେଇ ୨୦୧୫ ଜାନୁଆରିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ଥାଉଜାଣ୍ଡ୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଦିଲ୍ଲୀ ଭିତିକ ଏନ୍ଜିଓ ଆସ୍ପାୟର ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଜାରି ରଖି ଯୋଡ଼ା ଆଖପାଖ ଅଞ୍ଚଳରର ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଏହାର ସୁଫଳ ପହଞ୍ଚିପାରିଛି । ଶିକ୍ଷା ଅଧିକାର ଅଧିନିୟମ ଓ ଶିଶୁ ସୁରକ୍ଷା ଅଧିକାରକୁ ନେଇ ଯୋଡା ବ୍ଲକ ଥାଉଜାଣ୍ଡ ସ୍କୁଲ ତଥା ଆସ୍ପାୟାର ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଯୋଡା ଅଡିଟୋରିୟମ ଠାରେ ଆୟୋଜିତ ଏହି କର୍ମଶାଳାରେ ଯୋଡା ପୌରପାଳିକା ଅଧ୍ୟକ୍ଷ ଡଃ ଜଗଦୀଶ ପ୍ରସାଦ ସାହୁ,ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର,୨୬ ନଂ ଜୋନ ଜିଲ୍ଲା ପରିଷଦ ଶଶୀକାନ୍ତ ଖିଲାର,୨୮ ନଂ ଜୋନ ଜିଲ୍ଲାପରିଷଦ ଡମ୍ବରୁଧର କୁଦାଦାଃ,ଯୋଡା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର ଓ ସମ୍ପାଦକ ସୁଶାନ୍ତ କୁମାର ବାରିକ,ଯୋଡା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ, ବ୍ଲକ ଉପାଧ୍ୟକ୍ଷା ମାଳତୀ ଖଟୁଆ,କୋଇଡା ବ୍ଲକ କୋର୍ଡନେଟର ବାପୁଲୀ ଗୋସ୍ୱାଗୀ ପ୍ରମୁଖ ଅତିଥି ରୀପେ ଯୋଗଦେଇ ମାଞ୍ଚାସୀନ ଥିଲେ । ଯୋଡା ବ୍ଲକ କୋର୍ଡିନେଟର ରମେଶ ଗୁଗେଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ସ୍ୱେଚ୍ଛାସେବୀ ସଂଗଠନ ଆସ୍ପାୟାର ଦୀର୍ଘ ୭ ବର୍ଷ ଧରି ଯୋଡା ବ୍ଲକ ତଥା ପୌରପାଳିକା ଅଞ୍ଚଳରେ ନିରନ୍ତର ଭାବେ ଶିଶୁ ଅଧିକାର ଓ ଶିକ୍ଷା ଅଧିକାର ପାଇଁ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ଯୋଡା ପଞ୍ଚାୟତ ସମିତିର ସରପଞ୍ଚ,ସମିତିସଭ୍ୟ,ନାଏବ ସରପଞ୍ଚ,ଜିଲ୍ଲାପରିଷଦ ଓ ଯୋଡା ଏବଂ ବଡବିଲ ପୌରପାଳିକା କାଉନସିଲର ମାନେ ଉପସ୍ଥିତ ରହିଥିଲେ । ଶିକ୍ଷା ଓ ଶିଶୁ ଅଧିକାରକୁ ସୁନିଶ୍ଚିତ କରାଇବାରେ ପଞ୍ଚାୟତର ଭୂମିକା ଉପରେ କର୍ମଶାଳା ଆୟୋଜିତ ହୋଇଥିଲା । ବିଶେଷକରି ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣି ଶିକ୍ଷା ପ୍ରଦାନ କରିବା ପ୍ରୟାଶ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ପୌରପାଳିକା ଅଧ୍ୟକ୍ଷ ଡ. ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ