‘ଆସ ଆମେ ସ୍କୁଲ ଯିବା’ ରଥର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଗଞ୍ଜାମର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଓ ଛତ୍ରପୁର ବିଇଓ ସିତାରାମ ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରେ ‘ଆସ ଆମେ ସ୍କୁଲ ଯିବା’ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥ ସ୍କୁଲରେ ବିଦ୍ୟାର୍ଥୀଙ୍କ ପାଇଁ ଥିବା ସମସ୍ତ ସୁବିଧା ସଂପର୍କରେ ଛତ୍ରପୁର ବ୍ଲକ ଅଞ୍ଚଳରେ ସଚେତନ କରିବ । ମହାମାରୀ କରୋନାର ପ୍ରକୋପ ଯୋଗୁଁ ବିଦ୍ୟାଳୟ ଗୁଡିକ ଅନେକ ଦିନ ଧରି ବନ୍ଦ ରହିଥିଲା । ସଂପ୍ରତି ସଂକ୍ରମଣ କମିଥିବାରୁ ସମସ୍ତ ବିଦ୍ୟାର୍ଥୀ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଯିବେ ଓ ନାମଲେଖା ସଂପର୍କରେ ‘ଆସ ଆମେ ସ୍କୁଲ ଯିବା’ ରଥ ସଚେତନ କରାଇବ । ଆଜିର କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଇଓ ଶ୍ରୀ ପାତ୍ର, ଏବିଇଓ ନୃସିଂହଚରଣ ମିଶ୍ର, ସମଗ୍ର ଶିକ୍ଷା ଅଭିଯାନର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଲା ସଂଯୋଜକ ଡ.ସରୋଜ ମୋହନ ପାଳ, ଶିକ୍ଷାଶାସ୍ତ୍ର ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଅନସ୍ଲୋ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ