ଆସ ଦେଖିବା

ଶ୍ରୀକ୍ଷେତ୍ର ହ୍ରଦରେ
ପଦ୍ମ ଫୁଟି ଅଛି
ଅପୂର୍ବ ଯା ରୂପକାନ୍ତି,
ନୁହେଁ ନାଲି ଧଳା
ଦିଶେ ଘନ କଳା
ଭ୍ରମର ସତ୍ତା ହରାନ୍ତି ।

କାଳିଆ କାଳିଆ
ତ୍ରିପଣ୍ଡ କାଳିଆ
ପଦ୍ମ ଫୁଲ କଳେବର,
ବିଶ୍ବ ବ୍ରହ୍ମାଣ୍ଡର
ଭ୍ରମର ମିଶିଲେ
ସତ୍ତା ନ ହଜେ ଯାହାର ।

ସେ ପଦ୍ମର ଆଭା
ସର୍ବେ ଆବାକାବା
ଭ୍ରମ କରିଦିଏ ଦୂର,
ସଭିଙ୍କ ଭିତରେ
ଯାର ରୂପକାନ୍ତି
ଭ୍ରମର କି ତାଠୁ ଦୂର ।

ଆସ ଆସ ବାରେ
ସେ ପଦ୍ମ ପୟରେ
ଆମକୁ ସମର୍ପି ଦେବା,
ଆମ ରୂପ ଗୁଣ
ତା ଦେହେ ଲୁଚିଛି
ଭିତରେ ପଶି ଦେଖିବା ।

ସେ ତ କଳାକାର
ବିଶ୍ବ ବ୍ରହ୍ମାଣ୍ଡର
କଳା ପଦ୍ମ ପ୍ରାୟ ଦିଶେ,
ଭିତରେ କେଶର
ଜ୍ଯୋତି ବିରାଜ‌ଇ
ସାଧକଙ୍କୁ ଧାପେ ଦିଶେ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ