ଆସ ଭଲ ଓଡ଼ିଆ କହିବା

ନିଜ ମାତୃଭାଷା ନିଜ ହୃଦୟର ସ୍ପନ୍ଦନ । ମାତୃଭାଷା ନିଜର ପରିଚୟ । ଯାହାର ମାତୃଭାଷା ଯେତେ ଉନ୍ନତ ତାହାର ସଂସ୍କୃତ ତଥା ସେ ଜାତି ସେତେ ଉନ୍ନତ । ପରନ୍ତୁ ଆମ ମାତୃଭାଷା ଓଡ଼ିଆ ଆଜି ରୁଗ୍‌ଣ ହେବାକୁ ବସିଲାଣି । ଆମେ ଓଡ଼ିଆ, ଆମ ମାତୃଭାଷା ଓଡ଼ିଆ କହିବାକୁ ପାଶ୍ଚାତପଦ୍ । ଏହଭଳି ରୁଗ୍‌ଣ ମାନସିକତା ଆମକୁ ଗ୍ରାସ କରିଛି । ଗାଁ ମାଟି, ପାଣିପବନରେ ବଢଡି ଦଶମାସ, ଦଶଦିନ ଗର୍ଭଧାରଣ କରି ଆମକୁ ଜନ୍ମ ଦେଇଥିବା ‘ମାଆ’ର ଆମେ ନୁହେଁ ଅର୍ଥାତ୍ ଗାଁରେ ରହୁଥିବା ଆମ ‘ମାଆ’କୁ ଆମେ ଭୁଲି ସହରରେ ରହୁଥିବା ଆଉ ପାଉଡ଼ର ବୋଳା ‘ମାଉସୀ’କୁ ଆମେ ‘ମାଆ’ ବୋଲି ଡ଼ାକିବାକୁ ଆମକୁ ଭଲ ଲାଗେ ଅର୍ଥାତ୍ ଆମେ ମାଆର ନୁହଁ, ମାଉସୀର ବୋଲି କହିଛନ୍ତି ବରିଷ୍ଠ ସଂସ୍କୃତି ଗବେଷକ ତଥା ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ନିଜ ମାତୃଭାଷା ଓଡ଼ିଆ ଉପରେ ଇଂରାଜୀ ଭାଷା ରାଜ କରୁଛି । ଏହାକୁ ପ୍ରୋତ୍ସାହନ ଯୋଗାଉଛନ୍ତି ରାଜ୍ୟ ସରକାର । ନିର୍ଦ୍ଦେଶନାମା ପ୍ରକାଶ ପାଇଛି ପ୍ରଥମ ଶ୍ରେଣୀ ଠାରୁ ଇଂରାଜୀ ଶିକ୍ଷା ବାଧ୍ୟତାମୂଳକ ହେବ, ନିଜ ମାତୃଭାଷା ପଛେ ଚୁଲିକ ଯାଉ । ଆମେ ଭାଇର ନୁହେଁ ଭଗାରୀର । ଦଶମଶ୍ରେଣୀରେ ପଢୁଥିବା ଓଡ଼ିଆପିଲା ଧାଡ଼ିଏ ଶୁଦ୍ଧ ଓଡ଼ିଆ ଲେଖିପାରେ ନାହିଁ । ଏଥିପ୍ରତି କାହାର ଚିନ୍ତା ନାହିଁ । କଥିତ ଭାଷା ବର୍ତ୍ତମାନ ଓଡ଼ିଆ ମିଶା ଇଂରାଜୀ ହେଲାଣି, ଏହା ଏକ ଚିନ୍ତାର ବିଷୟ । ତେଣଉ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ନିଜ ମାତୃଭାଷାର ସୁରକ୍ଷା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଇଛି । ବିଶ୍ୱ ମାତୃଭାଷା ଦିବସରେ ଆସ ସମସ୍ତେ ଭଲ ଓଡ଼ିଆ କହିବା, ଓଡ଼ିଆ ଲେଖିବା, ଓଡ଼ିଆ ଆମ ମାତୃଭାଷା ବୋଲି ଗର୍ବ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ