ଆହତ ଅବସ୍ଥାରେ ହରିଣ ଉଦ୍ଧାର

କୋଦଳା,(ଗୁଲସନ କୁମାର କର): ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ମଧ୍ୟ ବହୁ ସମୟରେ ନଜିର ରହିଛି। ସେହିପରି ସୋମବାର ଅପରାହ୍ନ ୧:୫୦ ମିନିଟରେ ଏକ ହରିଣ ଛୁଆ ଦୁର୍ଘଟଣା ଅବସ୍ଥାରେ କୋଦଳା- ଖଲ୍ଲିକୋଟ ମୁଖ୍ୟ ରାସ୍ତା ଇଣ୍ଡିଆନ ଗ୍ୟାସ ଅଫିସ ନିକଟରେ ପଡିରହିଥିବା ବେଳେ ବୁଢ଼ାମ୍ବର ରାଜା ଖାନ ଓ କୋଦଳାର ସାଗର ନାୟ କସାମ୍ବାଦିକ ଭଗବାନ ପାଢୀଙ୍କୁ ଜଣାଇଥିଲେ। ଏହାପରେ ସେଠାରେ ସେ ପହଁଚି ବାଇକ ଯୋଗେ ପ୍ରଥମେ ସେ କୋଦଳା ପ୍ରଣୀ ଚିକିତ୍ସା କେନ୍ଦ୍ର କୁ ନେଇଥିଲେ। ଫରେଷ୍ଟ ଅଫିସରେ ଯୋଗଯୋଗ କରିବାରୁ ସେଠାରେ ଫରେଷ୍ଟ ଗାର୍ଡ ଲିଲି ମଲ୍ଲିକ ,ଫରେଷ୍ଟ କର୍ମଚାରୀ ସୁଶାନ୍ତ କୁମାର ସାହୁ, ବୁଢାମ୍ଭ ର ରାଜା ଖାନ ,କୋଦଳା ର ସାଗର ନାୟକ ,ଷ୍ଟାପ କମ୍ଭୁପାଣି ଗୋୖଡ଼ ଆଦି ଉପସ୍ଥିତ ରହି ତାକୁ ଯତ୍ନ ସହକାରେ ଉଦ୍ଧାର କରିଛନ୍ତି। ଆମ ପ୍ରତିନିଧି ଯୋଗାଯୋଗ କରି ସୂଚନା ଦେଇଛନ୍ତି ଯେ ସେ ହରିଣ ଟିକୁ ବର୍ତ୍ତମାନ କୋଦଳା ବନପାଳଙ୍କ କାର୍ଯ୍ୟଳୟ ରେ ଛଡ଼ାଯାଇଛି ଓ ତାହାର କିଭଳି ଚିକିତ୍ସା ଭଲ ଭାବେ ଚାଲୁ ରହିବ ତାକୁ ଦୃଷ୍ଟି ଦିଆଯିବ, ଏଥି ସହିତ ସେହି ହରିଣ ଟି ଗର୍ଭଣି ଅଛି ବୋଲି ସୂଚନା ମଧ୍ୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ