ଆହତ ଗର୍ଭିଣୀ ହରିଣ ଉଦ୍ଧାର

ହିଞ୍ଜିଳିକାଟୁ : ହିଂଜିଳିକାଟୁ ଓ ଶିକିରି ରୋଡ଼ ମଧ୍ୟରେ ଏକ ଆହତ ଗର୍ଭିଣୀ ହରିଣକୁ ସ୍ଥାନୀୟ ଜନସାଧାରଣ ଶନିବାର ବଡି ଭୋରରେ ଉଦ୍ଧାର କରିଛନ୍ତି । ହରିଣଟି ରାସ୍ତା ପାରି ହେଉଥିବା ବେଳେ କୌଣସି ଅଜଣା ଗାଡ଼ି ସହ ଧକ୍କା ହେବ ଫଳରେ ଗୁରୁତର ଆହତ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଖବର ପାଇ ହିଂଜିଳିକାଟୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହରିଣକୁ ନେଇ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ କରାଇଥିଲେ । ହରିଣର ଆଗ ଗୋଡ଼ ଭାଙ୍ଗି ଯିବା ଫଳରେ ହରିଣଟି ଚାଲି ପାରୁନାହିଁ । ଆହତ ହରିଣଙ୍କୁ ଆସିକା ନିକଟ ଚାରିମାଇଲ ହରିଣ ସଂରକ୍ଷଣ କେନ୍ଦ୍ରକୁ ପଠାଯିବା ପାଇଁ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ବନପାଳ ପ୍ରଦୀପ ପଣ୍ଡା କହିଛନ୍ତି । ଚିକିତ୍ସା ପରେ ହରିଣକୁ ବନ ବିଭାଗ କାର‌୍ୟ୍ୟାଳୟକୁ ଅଣା ଯାଇ ରଖାଯାଇଛି । ବନ ବିଭାଗର କମଳକାନ୍ତ ପାତ୍ର, ମିତାରାଣୀ ବିଶ୍ୱାସରାୟ, ଜିତେନ୍ଦ୍ର ସେଠି, ତ୍ରିନାଥ ବିଶ୍ୱାସରାୟ ହରିଣର ସେବା କରୁଛନ୍ତି । ହରିଣକୁ ଡାକ୍ତର. ପ୍ରିୟଦର୍ଶନୀ ପତ୍ରିକା, ସହ ଯୋଗୀ ସନ୍ତୋଷ କୁମାର ଦାସ, ଓ ଅଯୟ ବେହେରା ପ୍ରମୁଖ ଚିକିଛ କରିଥଲେ, ସେହିପରି ଗ୍ରାମ ବାସୀଙ୍କ ମଧ୍ୟରେ ସନ୍ତୋଷ ନାହାକ, ଟୁକୁନା ନାହାକ, ପଞ୍ଚାନନ ସାହୁ, ଟୁନା ସ୍ୱାଇଁ, ପ୍ରଶାନ୍ତ ପାଢି, ସନ୍ତୋଷ କୁମାର ନାୟକ, ସୁଶାନ୍ତ ବରାଡ଼, କୋରା ସ୍ୱାଇଁ ଓ ରାମକୃଷ୍ଣ ଦଳାଇ ପ୍ରମୁଖ ଯୁବକ ମାନେ ସହଯୋଗ କରିଥିଲେ.

ଆହତ ଗର୍ଭିଣୀ ହରିଣ ଉଦ୍ଧାର
ଆହତ ଗର୍ଭିଣୀ ହରିଣ ଉଦ୍ଧାର
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ