ଆହତ ଙ୍କୁ ଉଦ୍ଧାର କରି ଡାକ୍ତର ଖାନା ପହଞ୍ଚାଇଲେ ନୀଳମଣି
ସୋରଡ଼ା, (ରଜନୀ ମହାପାତ୍ର):ମାନବିକତା ରକ୍ଷା କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ। ଵୋରଦା ପଂଚାୟତ ରେ ମୋ ବୁଥ ଭାରି ମଜବୂତ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଗୋକୁଳପୁର ନିକଟ ପଦ୍ମା ନଦୀରେ ହେଉଥିବା ସେତୁ କାମ ରେ ସୋନିକ୍ରେନ ମସିନର ଅଘଟଣ ଘଟି ଅପରେଟର ଙ୍କ ବାମ ହାତଟି ଉକ୍ତ ମସିନ ରେ ଦୃଘଟଣା ଘଟିଥିଲା । ଦୃଘଟଣା ଗ୍ରସ୍ତ ଅପରେଟର ଙ୍କୁ ଉଦ୍ଧାରକାରୀ ,ଉକ୍ତ ସ୍ଥାନ ଟି ଉପାନ୍ତ ଅଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ମନେ କରି ସୋରଡ଼ା ବିଜେପି ନେତା ନୀଳମଣି ବିଷୋୟୀ ନିଜ ଗାଡିରେ ଉକ୍ତ ଅପରେଟର ଙ୍କୁ ଆଣି ବଡଗଡ଼ ମେଡିକାଲ ରେ ପ୍ରାଥମିକ ଚିକିତ୍ସା କରିବା ସହ ଡାକ୍ତର ପରାମର୍ଶ କରି ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କଲେ ଓ ଠିକାଦାର ସହ ଦୁର୍ଘଟଣା ଗ୍ରସ୍ତ ପିଲାର କିଭଳି ଉତ୍ତମ ଚିକିତ୍ସା ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ନୀଳମଣି ବିଷୋୟୀ ଙ୍କ ମାନବିକତା କୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି।