ଆହତ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଆରଏମଏଲ ହସପିଟାଲରେ ଭେଟିଲେ ଅନନ୍ତ ନାୟକ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସଂସଦରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କ ଠେଲା ପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସପିଟାଲରେ ଯାଇ ସାକ୍ଷାତ କରିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଏହି ଅବସରରେ ଶ୍ରୀ ନାୟକ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଅବସରରେ ସେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଶ୍ରୀ ନାୟକ ପ୍ରତାପ ଷଡଙ୍ଗୀ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ମା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ନାୟକ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଭଳି ଭାବେ ଅତ୍ୟନ୍ତ ଅଶାଳୀନ ଓ ଦାୟିତ୍ୱହୀନ ବ୍ୟବହାର କରିଛନ୍ତି ତାକୁ ମୁଁ କଡା ଶବ୍ଦରେ ନିନ୍ଦା କରୁଛି । ଆଜି ରାହୁଲ ଗାନ୍ଧୀ ତାଙ୍କର ଅଶାଳୀନ ବ୍ୟବହାରର ସମସ୍ତ ସୀମାକୁ ଉଲ୍ଲଂଘନ କରି ଯାଇଛନ୍ତି ଓ ଗଣତନ୍ତ୍ରର ପବିତ୍ରର ମନ୍ଦିରରଗରିମାକୁ କ୍ଷୁର୍ଣ କରିଛନ୍ତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ