ଆହତ ଯୁବକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ ବିଜେପି ରାଜ୍ୟ ସଂଯୋଜିକା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଏକ ସଡ଼କ ଦୁର୍ଘଟଣାରେ ପଡ଼ି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ମାନବିକତାର ପରିଚୟ ଦେଲେ ସମାଜସେବୀ ତଥା ବିଜେପି ରାଜ୍ୟ ବେଟି ବଚାଓ ବେଟି ପଢ଼ାଓ ସଂଯୋଜିକା କଳ୍ପନା କହଁର। ସୂଚନା ଅନୁଯାୟୀ, ସୁଡ୍ରା ମୁଖ୍ୟ ରାସ୍ତା ଦେଇ ବାଇକ ଯୋଗେ ଯାଉଥିବା ଯୁବକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ। ଏହି ସମୟରେ କଳ୍ପନା କହଁର ଲଣ୍ଡାଗାଁରୁ ବ୍ୟକ୍ତିଗତ କାମ ସାରି ଘରକୁ ଫେରୁଥିବା ବେଳେ ଅନ୍ଧାର ରାସ୍ତାରେ ଯୁବକ ଜଣଙ୍କ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଚିତ୍କାର କରି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ବସାଇ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇ ଔଷଧ ପତ୍ର କିଣି ଦେଇ ଯୁବକଙ୍କୁ ନିଜ ଘରେ ନେଇ ଛାଡ଼ି ଆସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ