ଆହତ ଷଣ୍ଢକୁ ଚିକିତ୍ସା କଲେ ପ୍ରାଣୀଧନ ନୀରିକ୍ଷକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ବଜାରରେ ବୁଲୁଥିବା ଏକ ଆହତ ଷଣ୍ଢକୁ ପ୍ରାଣୀଧନ ନୀରିକ୍ଷକ ଚିକିତ୍ସା କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ କିଛି ହେବ ନିଳୋକ ବଜାରରେ ଗୋଟିଏ ଷଣ୍ଢ ଆହତ ହୋଇ ବୁଲୁଥିଲା । ଉକ୍ତ ଷଣ୍ଢର ଶରୀରରେ କ୍ଷତ ସୃଷ୍ଟି ହୋଇ ପୋକ ହୋଇଯାଇଥିଲେ । ପ୍ରାଣୀଧନ ନୀରିକ୍ଷକ କାହ୍ନୁ ଚରଣ ମିଶ୍ର ଉକ୍ତ ଷଣ୍ଢର କ୍ଷତକୁ ପରିଷ୍କାର କରି ଔଷଧ ଲଗାଇଥିଲେ । ଏଥିରେ ହେମନ୍ତ କୁମାର ନାୟକ, ବିକାଶ ରଞ୍ଜନ ଦାଶଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।