ଆହତ ହରିଣ ଉଦ୍ଧାର

ପୁରୀ (ଯୁଗାଦ୍ଦ ନୁଜ୍ୟ) : ସରକାର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ଲାଗି ଉପଯୁକ୍ତ ଖାଦ୍ୟ ଓ ପାନୀୟ ଜଳର ସୁବିଧା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ବି ଏହାର କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଫଳରେ ହରିଣମାନେ ବାରମ୍ବାର ବାଲୁଖଣ୍ଡ ଅଭୟାରଣ୍ୟ ନିକଟ ଗାଁ, ବଜାର ଓ ପୋଖରୀ ବିଲ ଆଦିରୁ ଆହତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି । ଏବେ ହରିଣଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିôବାରୁ ସେମାନେ ବଜାର ମୁହାଁ ହେଉଥିବା ବନଖଣ୍ଡ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ଶନିବାର ଅପରାହ୍ନ ୪ଟାରେ କୋଣାର୍କ ବଜାର ରିଙ୍ଗ୍ରୋଡ଼କୁ ଏକ ୫ ବର୍ଷର ଅଣ୍ଡିରା ହରିଣ ଚାଲି ଆସିଥିଲା । ଉକ୍ତ ହରିଣକୁ ଦେଖି ୧୦ରୁ ୧୫ କୁକୁର ଗୋଡ଼ାଇବାରୁ ହରିଣଟି ରିଙ୍ଗ୍ରୋଡ଼ ସ୍ଥିତ ରୟାଲ ଲଜ୍ ଭିତରକୁ ପଶିଯାଇଥିଲା । ଏ ନେଇ ରୟାଲ ଲଜ୍ କର୍ମଚାରୀ ସୂଚନା ଦେବାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ହରିଣକୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ