ଆହାତ ହରିଣ ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମରୁ ରବିବାର ଏକ ହରିଣ କୁ ଆହାତ ଅବସ୍ଥାରେ ଦିଗପହଣ୍ଡି ବନ ବିଭାଗ ଉଦ୍ଧାର କରୁଛି।ହରିଣ ଟି ନିକଟସ୍ଥ କେରାଣ୍ଡିମାଳ ଜଙ୍ଗଲରୁ ବାଟ ହୁଡ଼ି ଗ୍ରାମ ମଧ୍ୟକୁ ଚାଲିଆସିଥିଲା।ଗ୍ରାମରେ କୁକୁର ଗୋଡାଇବାରୁ ହରିଣ ଟି ଗ୍ରାମ ମଧ୍ୟରେ ଦୌଡ଼ି ଦୌଡ଼ି କ୍ଳାନ୍ତ ହେବା ସହ ସାମାନ୍ୟ ଆହାତ ହୋଇଥିଲା।କିଛି ଗ୍ରାମବାସୀ ହରିଣ କୁ ଧରି ଦିଗପହଣ୍ଡି ବନ ବିଭାଗ କୁ ଖବର ଦେଇଥିଲେ।ରେଞ୍ଜର ଦିବ୍ୟରଞ୍ଜନ ସାହୁ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ,ବନରକ୍ଷୀ ପ୍ରଦୀପ କୁମାର ସ୍ବାଇଁ ଏବଂ ପାରା ବନ କର୍ମଚାରୀ ବୃନ୍ଦ ସଦଳବଳେ ଗ୍ରାମରେ ପହଞ୍ଚି ଆହାତ ହରିଣ କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚିକିତ୍ସା ପରେ ହରିଣ ଟି ସୁସ୍ଥ ହୋଇଥିବା ଜଣାପଡିଛି। ହରିଣ ଟି ମାଇ ପ୍ରଜାତିର ଏବଂ ତାର ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଜଣାପଡିଛି। ସୋମବାର ସକାଳେ ହରିଣ ଟି କୁ ନିକଟସ୍ଥ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।


