ଆହାରକେନ୍ଦ୍ର ପରିଦର୍ଶନ କଲେ ବିଧାୟକ ଓ ସାଂସଦ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ସରକାରଙ୍କ ଦ୍ୱାରା ପ୍ରଣୀତ ଆହାର ଯୋଜନା ଠିକ ଭାବରେ କାର୍ଯ୍ୟା କରୁଛି କି ନାହିଁ ତାହା ଅନୁଧ୍ୟାନ କରିବାକୁ ମଙ୍ଗଳବାର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁରର ବିଭିନ୍ନ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ବୁଲିଦେଖିବା ସହ ରୋଷେୟା , ଖାଦ୍ୟ ଖାଉଥିବା ଲୋକଙ୍କ ସହ ଖାଦ୍ୟ ସଂପର୍କରେ ପଚାରିବୁଝିିଥିଲେ । ଏହାପରେ ସେମାନେ ନୂଆବସଷ୍ଟାଣ୍ଡ ସ୍ଥିତ ଆହାରକେନ୍ଦ୍ର ପରିଦର୍ଶନ କରିବା ସହ ଖାଦ୍ୟର ଗୁଣବତ୍ତା ତଥା ବସଷ୍ଟାଣ୍ଡ ପରିସରରେ ପାଣି ଜମିବା ସମେତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଆସନ୍ତା ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ସୁଚନାଯୋଗ୍ୟ ସମଗ୍ର ରାଜ୍ୟରେ ଏବେ ସରକାରଙ୍କ ୫-ଟି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ୫-ଟି ସଚିବ ବିଭିନ୍ନ ଅ>୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ଯାହାର ପ୍ରଭାବ ବର୍ତ୍ତମାନ୍ନେତା ଓ ମନ୍ତ୍ରୀଙ୍କ ଉପରେ ପଡିଥିବା କୁହାଯାଉଛି ।


