ଆହାର କେନ୍ଦ୍ର ସମ୍ମୁଖରେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ

ଯୋଡା,(ସମୀର କୁମାର ଦାସ) : ଯାଡା ସହରର କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ ଜଣେ ଅଜଣା ବ୍ୟକ୍ତିର ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ଦୀର୍ଘଦିନ ହେବ ଆହାର କେନ୍ଦ୍ରରେ ଖାଇ ନିକଟରେ ଥିବା ଏକ କ୍ୟାବିନରେ ରହି ଆସୁଥିଲେ । ପ୍ରାୟ ୨ ଦିନ ହେବ ସେ ଅସୁସ୍ଥ ଥିବା ଆହାର କେନ୍ଦ୍ରର ଦାୟିତ୍ୱରେ ଥିବା ଏସ୍‌.ଏଚ୍‌.ଜି ଗ୍ରୁପ୍‌ର ମହିଳାମାନେ ପ୍ରକାଶ କରିଥିଲେ । ତେବେ ସେମାନେ ବୁଧବାର ସକାଳ ୧୦ ଘଟିକା ସମୟରେ ଆହାର କେନ୍ଦ୍ରକୁ ଆସିବା ପରେ ଉକ୍ତ ଅଜଣା ବ୍ୟକ୍ତି ଜଣକର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏ ନେଇ ଯୋଡା ପୋଲିସ୍‌କୁ ଖବର ଦେବାପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ଏକ ଅପମୃତ୍ୟୁ ମାମଲା ନଂ-୪/୨୦୨୧ ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ପୋଲିସ୍ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ