ଆହାର ଛଡ଼ାଇନେଲା କରୋନା ନିରାଶ୍ରୟ ଓ ବୁଲା ପଶୁଙ୍କ

ହିଞ୍ଜିଳିକାଟୁ (ଶେଷଦେବ ସାହୁ ): ସାରା ବିଶ୍ୱରେ ମାରାତ୍ମକ ରୋଗ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସଂମ୍ପ୍ରତି କରୋନା ଭାଇରସ ଛଡ଼ାଇ ନେଇଛି ଆହାର । ନିରାଶ୍ରୟ ଓ ବୁଲା ପଶୁ ମାନେ ଆହାର ଗଣ୍ଡେ ନପାଇ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଭଳି ଦୃଶ୍ୟ ଗଂଜାମ ଜିଲ୍ଲା ହିଂଜିଳିକାଟୁ ସହରରେ ଦେଖିବାକୁ ମିଳିଛି । କରୋନା ଭାଇରସ ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ୍‌ଡ଼ାଉନ କାର୍ଯ୍ୟକାରୀ କରାଯାଇଛି । ଏହି ପରିପେକ୍ଷୀରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ସମସ୍ତ ରେଷ୍ଟୁରାଂଟ, ହୋଟେଲ, ଦେକାନ ବଜାର ବନ୍ଦ ହୋଇଯାଇଥିବାରୁ ନିରାଶ୍ରୟ ବ୍ୟକ୍ତି ମାନେ ପେଟକୁ ଦୁଇ ମୁଠା ଆହାର ଯୋଗାଡ଼ କରିନପାରି ଭୋକର ଜ୍ଜାଳାରେ ଛଟପଟ ହେଉଛନ୍ତି । ପ୍ରତିଦିନ ସେମାନେ ଖାଇବା ଯୋଗାଡ଼ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । କିନ୍ତୁ କରୋନା କଟକଣା ପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯିବାରୁ ନିରାଶ୍ରୟ ଲୋକଙ୍କ ଅବସ୍ଥା ଜଟିଳ ହେବାରେ ଲାଗିଛି । ଭିକ୍ଷୁକ ଓ ନିରାଶ୍ରୟ ଓ ପାଗଳ ଶ୍ରେଣୀର କିଛି ବ୍ୟକ୍ତି ଭୋକ ଉପାସରେ କୌଣସି ଗଛ ତଳେ କିମ୍ବା ଯାତ୍ରୀ ବିଶ୍ରାମଗାରାରେ ବସିଥିବାର ଦେଖିବାକୁ ମିଳୁଛି । କରୋନା ପ୍ରଭାବରେ ଦେକାନ ବଜାର ବନ୍ଦ ରହିଥିବାରୁ କେଉଁଠାରୁ ବି କିଛି ଖାଇବା ପାଇଁ ମିଳୁନଥିବାରୁ ଭୋକ ଉପାସରେ ଦିନ କାଟିବା ସହ ପାଟିରୁ କଥା ମଧ୍ୟ ବାହାରୁନାହିଁ । ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଏଭଳି ନିରାଶ୍ରୟଙ୍କୁ ଉଦ୍ଧାର କରି କୌଣସି ସ୍ଥାନରେ ଅସ୍ଥାୟୀ ସ୍ଥାନରେ ଥାଇଥାନ କରିବା ସକାଶେ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନୁରୂପ ଭାବେ ବୁଲା ଗାଇଗୋରୁ ଓ କୁକୁର ମାନେ ଖାଇବାକୁ ପାଇନପାରି ଭୋକରେ ଛଟପଟ ହେଉଥିବା ବେଳେ ବିଭିନ୍ନ ସାହି ବସ୍ତିର କିଛି ଲୋକେ ବୁଲା ଗାଇଗୋରୁ ଓ କୁକୁର ମାନଙ୍କୁ କିଛି ବାସି ଖାଦ୍ୟ ଦେଉଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ