ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ପ୍ରେମାନନ୍ଦ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଦନା ଉତ୍ସବ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷା ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଗାୟତ୍ରୀ ଜେନା ସଭାପତିତ୍ୱ କରିଥିଲେ । ସମାଜବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଭବାନୀ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ତୁଳସୀ ମହିଳା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ଡଃ. ଶ୍ରୁତିରଞ୍ଜନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ସହିତ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ମହାପାତ୍ର, ଡଃ. ସଂଗ୍ରାମ କେଶରୀ ରାଉତ, ନିଗମାନନ୍ଦ ନାୟକ, ଅନୁପ କୁମାର ସେନାପତି, ରାସବିହାରୀ ସାହୁ, ଡଃ. ଗୋକୁଳାନନ୍ଦ ଭୁଜବଳ, ଡଃ. ଅଟଳବିହାରୀ ପଣ୍ଡା, ଜ୍ୟୋତିର୍ମୟ ଦାସ, ବିନୋଦିନୀ ସାମଲ ପ୍ରମୁଖ ଶ୍ରୀ ପ୍ରଧାନଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ବୀର ହନୁମାନଜୀଉ ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡଃ. ହିମାଂଶୁ ଭୂଷଣ ପରିଡା ଶ୍ରୀ ପ୍ରଧାନଙ୍କ ଶିକ୍ଷାଦାନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ଅବତାରଣା କରିଥିଲେ । ଶେଷରେ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ଶ୍ରୀ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ