ଆହ୍ବାନ ପଟ୍ଟନାୟକଙ୍କୁ ମୟୂରଭଂଜ-୨ ଯୁବ ସଂପାଦକ ନୁତନ ଦାୟିତ୍ୱ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ମୟୂରଭଞ୍ଜ-୨ ସାଙ୍ଗଠନିକ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ଜିଲ୍ଲାର ଦକ୍ଷ ସମାଜସେବୀ,ଯୁବ ସୁସଂଗଠକ ଓ ଯୁବ ନେତାମାନଙ୍କୁ ସେମାନଙ୍କର ଅତିତର କାର୍ଯ୍ଯକଳାପକୁ ନେଇ ଏହି ନୂତନ କମିଟି ଫଳରେ ସ୍ଥାନିତ କରାଯାଇ ଗୁରୁ ଦାୟିତ୍ବ ଅର୍ପଣ କରାଯାଇଛି ।ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଅଂଚଳର ଯୁବ ସମାଜସେବୀ ଆହ୍ବାନ ପଟ୍ଟନାୟକ ଙ୍କୁ ଯୁବ ବିଜେଡି ସଂପାଦକ ପଦରେ ନିଯୁକ୍ତି ମିଳିଛି ।ଏଥିପାଇଁ ସେ ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ସଭାପତି ବ୍ଯୋମକେଶ ରାୟ,ରାଜ୍ୟ ବିଜୁ ଜନତା ଦଳର ସଂପାଦକ (ଯୁବ ବ୍ଯାପାର) ପ୍ରବଣ ବଳବନ୍ତରାୟ,ମୟୂରଭଞ୍ଜ -୨ ସାଂଗଠନିକ ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକଙ୍କୁ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।ସେ ଏହି ଦାୟିତ୍ବକୁ ନିଷ୍ଠାର ସହ ତୁଲାଇବାକୁ ସହ ଯୁବ ସଂଗଠନକୁ ସୁଦୃଢ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।


