ଆୟକର ଦାଖଲ ନିୟମାବଳୀ ଉପରେ କର୍ମଶାଳା

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ) : ଆୟକର ଦାଖଲ ପାଇଁ ପ୍ରଣିତ ସଂଶୋଧିତ ନିୟମାବଳୀ ଉପରେ ଏକ କର୍ମଶାଳା ଛତ୍ରପୁର ଠାରେ ଆନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରେଜେରୀ ଅଫିସର ଭାଗ୍ୟଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଆୟକର ରିହାତି ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ଟିକସ ବୋର୍ଡଙ୍କ ପରବର୍ଦ୍ଧିତ ନିୟମାବଳୀ ଅନୁଯାୟୀ ରାଜ୍ୟ କୋଷାଗାର ନିର୍ଦ୍ଦେଶକଙ୍କ ଉପଦେଶ ପ୍ରକାରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ଜୀବନ ବୀମା ପଲିସି କଲେ ସେ ବାବଦରେ କର୍ମଚାରୀ ମାନଙ୍କୁ ଟିକସ ରିହାତି ବିଷୟରେ ଆଲୋଚନା ହୋଇଥିଲା । କର୍ମଚାରୀଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଡାକ୍ତରୀ ଚିକିତ୍ସା ବାବାଦ ପୂର୍ବରୁ ଦିଆଯାଉଥିବା ଟିକସ ରିହାତି ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗୃହଋଣର ସୁଧ ଉପରେ ଦୁଇଲକ୍ଷ ପର୍ଯ୍ୟନ୍ତ ଟିକିସ ରିହାତି ମିଳିବ । ନିଜେ କିମ୍ବା ପରିବାର ସଦସ୍ୟଙ୍କ ଡାକ୍ତରୀ ପରୀକ୍ଷା ଉପରେ ୫ ହଜାର ଟଙ୍କା ରାଶି ଉପରେ ଟିକସ ପଡିବ ନାହିଁ । ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ଅଥବା ଅନ୍ୟ କୌଣସି ସମାଜସେବା ଅନୁଷ୍ଠାନକୁ ପ୍ରଦାନ କରୁଥିବା ଅର୍ଥ ଉପରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ ରହିବ । ସ୍ୱାସଥ୍ୟ ବୀମା କରିଥିଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡର ସୁବିଧା ଅଛି । ସେହିପରି କର୍ମଚାରୀ ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳୀ ହୋଇଥିଲେ ସେମାନେ ନିର୍ଦ୍ଦିଷ୍ଟ ଫର୍ମରେ ସେମାନଙ୍କ ଘୋଷଣାନାମା ପ୍ରଦାନ କରିବାକୁ କୁହାଯାଇଛି । ଏହି କର୍ମଶାଳାରେ ସମସ୍ତ ବିଭାଗର କର୍ମଚାରୀ, ଯେଉଁମାନେ ବିଲ୍ ବଜେଟ୍ ସହିତ ସଂପୃକ୍ତ ଯୋଗଦାନ କରିଥିଲେ । କର୍ମଶାଳାରେ ଜିଲ୍ଲା ଟ୍ରେଜେରୀ ତରଫରୁ ସନ୍ତୋଷ କୁମାର ପଲେଇ, ଡି.ଶ୍ରୀନିବାସ ପ୍ରଧାନ, ଅଶୋକ କୁମାର ସେନାପତି ଓ ଜିତେନ୍ଦ୍ର କୁମାର ସେଠୀ ପ୍ରଭୃତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ