ଆୟକର ରାଡାର୍ରେ ସୋସିଆଲ୍ 

ନୂଆଦିଲ୍ଲୀ, (ଏଜେନ୍ସି): ଟିକସ ଚୋରି କରିବା ଏଣିକି ଅସମ୍ଭବ ନୁହେଁ ବରଂ କଷ୍ଟସାଧ୍ୟ ହୋଇଯିବ । କାହିଁକି ନା ଆୟକର ବିଭାଗ ଟିକସ ଚୋରି ଉପରେ ଲଗାମ ଲଗାଇବା ପାଇଁ ଆଜି ଠାରୁ ବିଗ୍ ଡାଟା ଆନାଲିଟିକ୍ସର ବ୍ୟବହାର କରିବାକୁ ଯାଉଛି । ‘ପ୍ରୋଜେକ୍ଟ ଇନ୍ସାଇଡ଼୍’ ନାମକ ଏକ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ ମାଧ୍ୟରେ ଲୋକଙ୍କ ସୋସିଆଲ୍ ନେଟ୍ୱାର୍କିଂ ପ୍ରୋଫାଇଲ୍ ଉପରେ ନଜର ରଖାଯିବ । ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ଼୍ କରାଯାଉଥିବା ଫଟୋ ଓ ଭିଡ଼ିଓ ମାଧ୍ୟମରେ ଖର୍ଚ୍ଚର ପ୍ରକ୍ରିୟାଗୁଡ଼ିକର ସନ୍ଧାନ ଲଗାଯାଇପାରିବ । ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଘୋଷିତ ଆୟ ତୁଳନାରେ କ୍ରୟ ଓ ଯାତ୍ର ଖର୍ଚ୍ଚରେ ବିସଙ୍ଗତି ସମ୍ବନ୍ଧରେ ଜଣାପଡ଼ିଲେ, ଆୟକର ଅଧିକାରୀଙ୍କୁ ଏହି ବିସଙ୍ଗତିର ସୂଚନା ପ୍ରଦାନ କରାଯିବ । ଏହାପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସୂଚନାନୁସାରେ ଆୟକର ବିଭାଗ ମାର୍ଚ୍ଚ ୧୫ ଠାରୁ ଆୟକର ଅଧିକାରୀଙ୍କୁ ସଫ୍ଟୱେୟାର୍ ଆକ୍ସେସ୍ ପ୍ରଦାନ କରାଯାଇଛି । ମାମଲାର ସୂଚନା ରଖୁଥିବା ଜଣେ ବ୍ୟକ୍ତିଙ୍କ ଅନୁସାରେ, ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି, ଏବଂ ସୋସିଆଲ୍ ମିଡ଼ିଆରେ ଫଟୋ ପୋଷ୍ଟ କରୁଛନ୍ତି ତଥା ମହଙ୍ଗା କାର୍ କିଣୁଛନ୍ତି, ଯାହାକୁକି ରିଟର୍ଣ୍ଣ ଦାଖଲ କରିବାରେ ଦାଏର ଆୟକୁ ନିଜ ସାଧନରୁ ବାଦ୍ ଦେଇଛନ୍ତି, ତେବେ ଆୟକର ବିଭାଗ ତାହାର ଯାଞ୍ଚ୍ କରିବା ପାଇଁ ବିଗ୍ ଡାଟାର ବ୍ୟବହାର କରିବାର ସମ୍ଭାବନା ରହିଛି । ଏଥିସହ ଗ୍ରାହକଙ୍କ ଆୟ ଓ ଖର୍ଚ୍ଚର ବିସଙ୍ଗତିର ଯାଞ୍ଚ ମଧ୍ୟ କରିପାରେ । ପ୍ରକାଶ ଯେ ଆୟକର ବିଭାଗ ଏକ ମାଷ୍ଟର ଫାଇସ୍ର ମଧ୍ୟ ବ୍ୟବହାର କରିବାର ସମ୍ଭାବନା ରହିଛି । ଯେଉଁଥିରେ ବ୍ୟକ୍ତି ଓ କର୍ପୋରେଟ୍ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବ୍ୟୁରୋ ଓ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ ରହିବ । ଏହି ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ଟିକସ ଚୋରି କରୁଥିବା ବ୍ୟକ୍ତିଙ୍କୁ ଧରିବା । ଏଥିସହ ରିଟର୍ଣ୍ଣ ଦାଖଲ କରିବା ଓ କର ପରିଶୋଧକାରୀଙ୍କ ସଂଖ୍ୟାରେ ବୃଦ୍ଧି କରିବା । ଇନ୍ସାଇଡ଼୍ ପ୍ରୋଜେକ୍ଟରେ ସମେକିତ ସୂଚନା ପ୍ରବନ୍ଧନ ପ୍ରଣାଳୀ ରହିବ । ଯଦ୍ୱାରା ସଠିକ୍ ସମୟରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାରେ ସାହାଯ୍ୟ କରିବା ପାଇଁ ମେସିନ୍ ଲର୍ଣ୍ଣିଂର ବ୍ୟବହାର କରାଯିବ । କର ଚୋରି ଉପରେ ଲଗାମ ଲଗାଇବା ପାଇଁ ବିଗ୍ ଡାଟାର ବ୍ୟବହାରକାରୀ ବେଲ୍ଜିୟମ୍, କାନାଡ଼ା ଓ ଅଷ୍ଟ୍ରୋଲିଆ ପରି ଦେଶର ସମୂହରେ ଭାରତ ସାମିଲ ହେବାକୁ ଯାଉଛି । ବ୍ରିଟେନ୍ରେ ୨୦୧୦ରେ ପ୍ରଦ୍ୟୋଗିକ ଆରମ୍ଭ ହେବା ପର ଠାରୁ ହିଁ ଏହି ପ୍ରଣାଳୀ ଦ୍ୱାରା ପାଖାପାଖି ୪.୧ଅରବ ପାଉଣ୍ଡର ରାଜସ୍ୱର କ୍ଷତିରେ ଲଗାମ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ