ଆୟବାରେ ଆଦର୍ଶ ପୋଖରୀ ଯୋଜନାରେ ବେଆଇନ ପୋଖରୀ ଖନନ ଅଭିଯୋଗ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଯୋଜନାରେ ବେଆଇନ ଭାବରେ ଏକ ପୋଖରୀ ଖନନ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଆୟବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଯୋଜନାରେ ପଂଚାୟତିରାଜ ବିଭାଗ ପକ୍ଷରୁ ଏକ ପୋଖରୀ ଖନନ ପାଇଁ ୧୦ଲକ୍ଷ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା । ସରକାରୀ ନିୟମ ଅନୁଯାଇ ଏହି ଯୋଜନାରେ ଏ୧.୫୦ଡିସିମିଲ ଜମି ଉପରେ ନୂତନ ପୋଖରୀ ଖୋଳାଯିବା କଥା । କିନ୍ତୁ ଏକ ଏକର ପରିମିତ ଏକ ପୁରୁଣା ପୋଖରୀ ଯେଉଁଟାକି ଗୋବରୀ ନଦୀ ନିକଟରେ ରହିଛି ସେହି ପୋଖରୀକୁ ଏହି ଯୋଜନାରେ ଖୋଳାଯାଇଥିବା ଅଭିଯୋଗ ହୋଇଛି । ଏହାଛଡା ସେହି ପୋଖରୀକୁ ଲାଗିଥିବା ଅନ୍ୟ ଏକ ଗୋଚର ଜମିକୁ ମିଶାଇ ପୋଖରୀ ଖୋଳାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏତଦ ବ୍ୟତିତ ଏହି ଯୋଜନାରେ ବ୍ଲକ ପକ୍ଷରୁ କୈାଣସି କାର୍ଯ୍ୟାଦେଶ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ସରକାରୀ ଆଇନକାନୁନକୁ ସମ୍ପୂର୍ଣ୍ଣ ଭାବରେ ବେଖାତିର କରି ବେନିୟମ ଭାବେ ଏହି ପୋଖରୀ ଖୋଳିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ଅଭିଯୋଗ ହୋଇଛି । ସ୍ଥାନୀୟ ସରପଂଚଙ୍କ ପ୍ରରୋଚନାରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଏହି କାର୍ଯ୍ୟ କରିଥିବା ଏବଂ ସର୍ବସାଧାରଣଙ୍କ ଅଗୋଚରରେ ଏଭଳି ବେନିୟମ କାର୍ଯ୍ୟ କରାଯିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବତନ ସରପଂଚ ଭାଷ୍କର ଚନ୍ଦ୍ର ସ୍ୱାଇଁ, ବିଭୂତିଭୂଷଣ ସ୍ୱାଇଁ, ଅକ୍ଷୟ କୁମାର ସେଠୀ, ଶାନ୍ତନୁ କୁମାର ସ୍ୱାଇଁ, ସୁବାଷ ଚନ୍ଦ୍ର ସେଠୀ, ନୃସିଂହ ଚରଣ ସେଠୀ, ନିମାଇଁ ସ୍ୱାଇଁ, ଅଶୋକ ସ୍ୱାଇଁ, ଶାରଦା କାନ୍ତ ସେଠୀ, ପୁରସ୍ତମ ସ୍ୱାଇଁ, ଆଦିକନ୍ଦ ସ୍ୱାଇଁ ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଗ୍ରାମବାସୀମାନେ ଏସମ୍ପର୍କରେ କେନ୍ଦ୍ରାପଡା ବିଡିଓ, କେନ୍ଦ୍ରାପଡା ତହସିଲଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଓ ସଦର ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ସରକାର ବିଭିନ୍ନ ଗ୍ରାମପଂଚାୟତକୁ ସେମାନଙ୍କର ନିଜସ୍ୱ ଆୟ ବୃଦ୍ଧି ନିମନ୍ତେ ପୋଖରୀ ଖୋଳି ସେଗୁଡିକର ନିଲାମ ମାଧ୍ୟମରେ ଅଧିକ ଅର୍ଥ ଆୟ କରିବା ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରି ସେଗୁଡିକୁ ଭଡା ଦେଇ ଅଧିକ ଅର୍ଥ ଆୟ କରି ନିଜସ୍ୱ ସମ୍ବଳ ସୃଷ୍ଟି ସହିତ ଆୟ ବୃଦ୍ଧି କରିବା ପାଇଁ ଏହିସବୁ ଯୋଜନା ପ୍ରଣୟନ କରିଛନ୍ତି । କେନ୍ଦ୍ରାପଡା ବ୍ଲକର କେତେକ ପଂଚାୟତରେ ନିର୍ମିତ ହୋଇଥିବା ମାର୍କେଟ କମ୍ପେ୍ଲକ୍ସ ଗୃହ ଗୁଡିକ ସମେତ ପୋଖରୀ ଗୁଡିକ ନିଲାମ ନହୋଇ ପଡିରହିଥିବାର ଦେଖିବାକୁ ମିଳିଛି । ଏଗୁଡିକ ଦେଖିବା ପଂଚାୟତ ନିର୍ବାହୀ ଅଧିକାରୀ,ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଓ ସର୍ବପରି ବିଡିଓଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ସେମାନଙ୍କ ଦାୟିତ୍ୱ ହୀନତା ପାଇଁ ସରକାରୀ ଅର୍ଥରେ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ ଗୃହ ଓ ପୋଖରୀ ଗୁଡିକ ଜନସାଧାରଣଙ୍କ କାର୍ଯ୍ୟରେ ଆସୁନଥିବା ସହ କେବଳ ସରକାରୀ ଅର୍ଥ ଯାହା ବିନର୍ବୟ ହେବା ସାର ହୋଇଛି । କିଛି ଦୁର୍ନିତୀଖୋର ଠିକାଦାର ପଂଚାୟତିରାଜ ବିଭାଗରେ ଶତକଡା ୧୦ରୁ ୨୦ ପ୍ରତିସତ ପିସି ଦେଇ ଏଭଳି ପ୍ରକଳ୍ପ ଗୁଡିକ ସେଠାରୁ ମଞ୍ଜୁର କରି ଆଣୁଥିବା ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଏହାଦ୍ୱାରା ଯେଉଁ ଉଦେଶ୍ୟରେ ଏହିସବୁ ଯୋଜନା ପ୍ରଣୟନ ହୋଇଛି ତାହା ଲକ୍ଷ୍ୟଭ୍ରଷ୍ଟ ହେବାହିଁ କେବଳ ସାର ହୋଇଛି । ଏହାର ସୁଫଳ କେବଳ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଓ କେତେକ ସରକାରୀ ଅଧିକାରୀ ଓ