ଆୟାପ୍ପା ବ୍ରତ ସମାପନ କରି କେରଳରୁ ଗଜପତି ଫେରୁଛନ୍ତି ବହୁ ଭକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଆୟାପ୍ପା ଭକ୍ତ ବ୍ରତ ସମାପନ କରି କେରଳରୁ ଗଜପତି ଜିଲ୍ଲା ଫେରୁ ଆସୁଛନ୍ତି. କେରଳରେ କରୋନାର କାୟା ଦିନକୁ ଦିନ ବଢ଼ି ଚାଲିଛି. ଗଜପତି ଫେରୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଗଜପତି ଜିଲ୍ଲାରେ କରୋନାକୁ ରୋକିବା ପାଇଁ ଆବଶକ୍ୟ ଟେଷ୍ଟିଂ ଓ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବରିଷ୍ଠ ଡାକ୍ତରଙ୍କ ମତ. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର କାଶୀନଗର, ଗୋଶାଣୀ, ଗୁମ୍ମା, ରାୟଗଡ଼, ଆର. ଉଦୟଗିରି, ନୂଆଗଡ, ମୋହନା ଆଦି ବ୍ଲକରେ ବହୁ ଲୋକ ଆୟାପ୍ପାଙ୍କ ଭକ୍ତ ଓ ପୂଜାଅର୍ଚ୍ଚନା କରି ଆସୁଅଛନ୍ତି. ଏହି ଭକ୍ତମାନେ ଆୟାପ୍ପାଙ୍କ ବ୍ରତକୁ 21 ଠୁ ଆରମ୍ଭ କରି 3 ମାସ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି. ଏହି ବ୍ରତରେ ଭକ୍ତମାନେ ନିଜ ନିଜ ବେକରେ ଆୟାପ୍ପାଙ୍କ ମାଳ ଧାରଣ କରିବା ସହ କଳା ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି. ଏହି ବ୍ରତର ସମାପନ ପାଇଁ ଭକ୍ତମାନେ କେରଳ ରାଜ୍ୟର ଏରନାକୁଲମ ଜିଲ୍ଲାର ଶବରମଲ୍ଲୀ ଠାରେ ଥିବା ଆୟାପ୍ପା ମନ୍ଦିରକୁ ଯାଇ ବ୍ରତ ଓ ଦୀକ୍ଷା ସମାପନ କରି ଫେରିଥାନ୍ତି. ବର୍ତ୍ତମାନ କେରଳରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି. ଏହି ବ୍ରତରେ ସମଗ୍ର ଭାରତ ବର୍ଷରୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ସେଠାରେ ଏକତ୍ରିତ ଭାବେ ପୂଜା ପାଠ କରି ନିଜ ନିଜ ଘରକୁ ଫେରିଥାନ୍ତି. ଗଜପତି ଜିଲ୍ଲାରୁ ମଧ୍ୟ ବହୁତ ଭକ୍ତ ସେଠାକୁ ଯାଇ ଫେରୁ ଆସୁଛନ୍ତି. ଏମାନେ ଫେରି ଆସିବା ପରେ ସମସ୍ତେ ଆବଶକ୍ୟ ପରୀକ୍ଷଣ କରିବା ଆବଶକ୍ୟ ବୋଲି ଜଣେ ବରିଷ୍ଠ ଡାକ୍ତର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ନିଜ ନାମକୁ ପ୍ରକାଶ ନ କରିବା ପାଇଁ ଅନୁରୋଧ କରି କହିଛନ୍ତି କେରଳରୁ ଫେରିଥିବା ଆୟାପ୍ପାଙ୍କ ଭକ୍ତ ସୁରକ୍ଷା ସହିତ ଗଜପତି ଜିଲ୍ଲାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ. ନଚେତ ଗଜପତି ଜିଲ୍ଲାରେ କରୋନାର ପ୍ରାଦୂଭାବ ଦେଖା ଦେବା ସମ୍ଭାବନା ରହିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଏବଂ ଏହାର ର ଆଖ ପାଖ ଅଞ୍ଚଳରେ ବହୁତ ଲୋକମାନେ ହିନ୍ଦୁ ଧର୍ମର ବିସ୍ବାସ କୁ ନେଇ ଆୟାପ୍ପା ଦୀକ୍ଷା ନେଇଥାନ୍ତି ।ସେ ଦିକ୍ଷା ନେଇଥିବା ବ୍ୟକ୍ତି ମାନେ ପରିବାର ଠାରୁ ସେତିକି ଦିନ ଦୂରେଇ ରହି ଥାନ୍ତି। ସେମାନେ ଗୋଟିଏ ବସା ନେଇ ସେଠାରେ ଦୈନନ୍ଦିନ ପୂଜାର୍ଚ୍ଚନା କରିବାପାଇଁ ଦିକ୍ଷା ର କିଛି ନିର୍ଧାରିତ ଦିନ ରହିଥାନ୍ତି ପାଖାପାଖି ଦୁଇମାସରୁ ଊର୍ଦ୍ଧ୍ବ ହେବ ଏହି ଦିକ୍ଷା ନେଇଥାନ୍ତି। ଏହି ପୂଜାରେ ନିୟମ ଅନୁସାରେ ସାଧାରଣତଃ ଭୋର ସକାଳ ୪ଘଣ୍ଟା ସମୟରେ ଉଠିବେ ଗାଧୁଆ ପାଧୁଆ ସରାଇ ପୂଜାର୍ଚ୍ଚନା କରି ଠାକୁର ଦର୍ଶନ କରନ୍ତି ଏବଂ ତାପରେ ଯିଏ ଯାର ଦୈନିକ ବୃତ୍ତି କରିବା ପାଇଁ ବାହାରି ପଡ଼ନ୍ତି । ପରେ ମଧ୍ୟାହ୍ନ ରେ ସେହିପରି ପୂଜାର୍ଚ୍ଚନା କରି ଖାଇବା ସରେଇ ରାତିରେ କିଛି ଜଳଖିଆ କରି ବିଶ୍ରାମ ନିଅନ୍ତି। ଯାହା କି ଏହି ଦିକ୍ଷା ଯେଉଁ ବ୍ୟକ୍ତିମାନେ ବିଶେଷ ନେଇ ଥାନ୍ତି ଦିକ୍ଷା ସମୟରେ ଦୈନିକ ଖାଇବା ପୂଜା ନିଜର ବୃତ୍ତିଗତ ଜୀବନ ଜୀବିକାର ବିଷୟ ଦେଖିବାକୁ ଗଲେ ସମସ୍ତ ବିଷୟବସ୍ତୁ ଠିକ୍ ଠାକ୍ ଥିବା ଯୋଗୁଁ ଏହି ସମୟରେ ଦିକ୍ଷା ନେଇଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଧ୍ୟାନ କରିବା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଠାକ୍ ହୋଇ ଥିବା ଦେଖିବାକୁ ମିଳିଥାଏ। ଏହି ଦିକ୍ଷାର ସମୟ ସୀମା ସରିବା ପରେ ଦିକ୍ଷା ନେଇଥିବା ବ୍ୟକ୍ତି ବିଶେଷ ମାନେ ଆୟାପ୍ପା ଠାକୁରଙ୍କ ଜନ୍ମ ସ୍ଥାନ କେରଳ ରାଜ୍ୟର ଏର୍ନାକୁଲମ ନିକଟରେ ଥିବା ସବରମଲେଇ ଯାଉଛନ୍ତି। ସେହିପରି ପାରଳାଖେମୁଣ୍ଡି ସହର ତଥା ଆଖପାଖର ଅଞ୍ଚଳରୁ ଦିକ୍ଷା ଗ୍ରହଣ କରିଥିବା ସ୍ବାମୀ ଆୟାପ୍ପା ମାନେ ସେ ଏର୍ନାକୁଲମର ସବରମଲେଇ ପାହାଡ଼ ଶିଖରରେ ଆୟାପ୍ପା ଠାକୁର ନିକଟକୁ ଯାଉଛନ୍ତି। ବର୍ତମାନ ସମୟରେ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ପ୍ରସାର ପ୍ରଚାର ହୋଇଥିବା ସୂଚନା ପ୍ରକାରେ ଯାହା କି ବର୍ତମାନ ସମୟରେ କେରଳରେ କୋରନା ଭାଇରସ ପ୍ରଭାବିତ ହେଉଥିବା ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ କେରଳ ଯାଇ ସେଠାରେ କାଳେ ପ୍ରଭାବିତ ହୋଇ ଥିବା ବିଷୟରେ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ,ଚା,ଖଟିରେ ଏହି କୋରନା ଭାଇରସକୁ ନେଇ ଆଲୋଚନା ସମାଲୋଚନା ହୋଇଥିବା ସୁଣିବାକୁ ମିଳିଥିବା ତଥ୍ୟ ଅନୁଯାଇ, ଗଜପତି ଜିଲ୍ଲା ପ୍ରଶାସନିକ ପକ୍ଷରୁ ଗଜପତି ଜିଲ୍ଲା ବାସିନ୍ଦାଙ୍କ ସ୍ବାର୍ଥ କୁ ନେଇ ପ୍ରଶାସନକୁ ଅନୁରୋଧ କରୁଛନ୍ତି ଯେ ଯେଉଁ ବ୍ୟକ୍ତି ମାନେ ଆୟାପ୍ପା ଦୀକ୍ଷା ନେଇ ବାହାର ରାଜ୍ୟକୁ ଯାଇଛନ୍ତି ସେମାନଙ୍କ ଫେରିବା ବେଳେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରଣା ପରିକ୍ଷଣ କରିବା ଆବଶ୍ୟକ ଏବଂ ଯେଉଁ ବ୍ୟକ୍ତି ବିଶେଷଙ୍କୁ ଯଦି ବା ପଜେଟିଭ ଚିହ୍ନଟ ହୁଏ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଗଲେ ପୁଣି ଜିଲ୍ଲା ରେ ଏହି କୋରନା ଭାଇରସ ପ୍ରଭାବିତ ହେଉଥିବା ଆସଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟାପ୍ପା ଦୀକ୍ଷା ନେଇଥିବା ବ୍ୟକ୍ତି ଉପରେ ତୀକ୍ଷ୍ମ ନଜର ରଖିବା ନିହାତି ଆବଶ୍ୟକ ରହିଛି ବୋଲି ସହରରେ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀମାନଙ୍କ ଚର୍ଚ୍ଚାର ବିଷୟ ପାଲଟିଛି.