ଆୟୁର୍ବେଦ ଡାକ୍ତରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ସରକାରୀ ଆୟୁର୍ବେଦିକ ଓ ୟୁନାନୀ ଚିକିତ୍ସକ ସଂଘ (ଓଗାପା) ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରାଣୀପାଟଣା ଆମନ୍ତ୍ରଣ କଲ୍ୟାଣମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଆୟୁର୍ବେଦ ଅଧିକାରୀ ଡାକ୍ତର ଅଜୟ କୁମାର ଷେଣ୍ଡ ଏଥିରେ ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱର ଆୟୁର୍ବେଦ ହସପିଟାଲ ଉପ-ଅଧୀକ୍ଷକ ଡାକ୍ତର ନିରଂଜନ ଓଝା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜଣେ ଡାକ୍ତର ଚାକିରିରୁ ଅବସର ନେଉଥିଲେ ବି ଜୀବନ ତମାମ ସେ ତା’ର କାର୍ଯ୍ୟ ଜାରି ରଖିବ । ଡାକ୍ତରଙ୍କ ପାଇଁ ଅବସରର ପ୍ରାସଙ୍ଗିକତା କିଛି ନାହିଁ ବୋଲି ଡାକ୍ତର ଓଝା କହିଥିଲେ । ଓଗାପାର ରାଜ୍ୟ ସମ୍ପାଦକ ଡାକ୍ତର ଚିତ୍ତରଞ୍ଜନ ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବନ ଧାରାରେ ଅବସରର ଯଥାର୍ଥତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଆୟୁର୍ବେଦ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜିତା କୁମାରୀ ତ୍ରିପାଠୀ, ବରିଷ୍ଠ ସେକ୍ସନ ଅଫିସର ହିମାଂଶୁ ଶେଖର ଦାସ ଓ ଆୟୁର୍ବଦ ସହାୟକ ନିରଞ୍ଜନ ରାଉତଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆୟୂୁର୍ବେଦ ଚିକିତ୍ସକ ସଂଘ ମଣ୍ଡଳ ସଭାପତି ଡାକ୍ତର ଅନୀଲ କୁମାର ଦାସ ଏଥିରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଡାକ୍ତର ରାଜୀବ କୁମାର ମାଝୀ, ଡାକ୍ତର ଏସଏମ ଅଲି ପ୍ରମୁଖ ଏଥିରେ ମଞ୍ଚ ପରିଚାଳନା କରିଥିଲେ । ଡାକ୍ତର ସମୀର ଛୋଟେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ସବ୍ୟସାଚୀ ମଣ୍ଡଳ, ଡାକ୍ତର ସୁଭଦ୍ରା ବେହେରା, ଡାକ୍ତର ଜୟନ୍ତ ପ୍ରଧାନ, ଡାକ୍ତର ସିପ୍ରା ମହାନ୍ତି, ଡାକ୍ତର ଶେଖ ରହେମାନ, ଡାକ୍ତର ଘନଶ୍ୟାମ ଧଳ, ଡାକ୍ତର ଜ୍ୟୋତିପ୍ରକାଶ ମଲିକ, ଡାକ୍ତର କୁନୁ ମାର୍ଶାଲ ହାଁସଦା, ଡାକ୍ତର ଦୁର୍ଗେଶନନ୍ଦିନୀ ବାସ୍କେ, ଡାକ୍ତର ବିନୁପମା ମାଝୀ, ଡାକ୍ତର ତପସ୍ୱିନୀ ମିଶ୍ର, ଡାକ୍ତର ଜ୍ୟୋତିକାନ୍ତ ମିଶ୍ର, ଡାକ୍ତର ଲକ୍ଷ୍ମୀଧର ପାତ୍ର, ଡାକ୍ତର ନିରୂପମା ଜେନା, ଡାକ୍ତର ମିନତୀପ୍ରଭା ଦାସ, ଡାକ୍ତର ଗୁରୁ ପ୍ରସନ୍ନ ସାମଲ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ