ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

ନୂଆ ଦିଲ୍ଲୀ:ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା । ଏହା ଫଳରେ ଏହି ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି ଏବଂ ଏହା ଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି, ଏହାର ନାମ ରଖାଯିବ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ଆଇଟିଆରଏ । ଗୁଜରାଟର ଜାମନଗରଠାରେ ଏହା ପ୍ରତିଷ୍ଠା ହେବ ଏବଂ ଏହାକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବା ଆଇଏନ୍‌ଆଇ ମର୍ଯ୍ୟାଦା ପ୍ରଦାନ କରାଯିବ ।ଏବେ ଜାମନଗରସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଆୟୁର୍ବେଦ ପ୍ରତିଷ୍ଠାନ ଏକ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନଭାବେ ସ୍ୱତନ୍ତ୍ରଭାବେ ତିଆରି ହେବ । ଏହା ସହିତ କେତେଗୁଡିଏ ପ୍ରତିଷ୍ଠିତ ଆୟୁର୍ବେଦିକ ଅନୁଷ୍ଠାନକୁ ଏହା ସହିତ ସହବନ୍ଧିତ କରି କାର୍ଯ୍ୟ କରିବାର ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନର ଜାମନଗର ସ୍ଥିତ ଉପାଧ୍ୟୁତ୍ତର ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଶ୍ରୀ ଗୁଲାବ କୁନବର୍ବା ଆୟୁର୍ବେଦ ମହାବିଦ୍ୟାଳୟ ଓ ଆୟୁର୍ବେଦ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏହା ଅଧୀନରେ କାର୍ଯ୍ୟ କରିବ । ଏହାଛଡା ଜାମନଗରଠାରେ ଥିବା ମହର୍ଷି ପତଞ୍ଜଳି ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନକୁ ଆଂଶିକଭାବେ ଆଇଟିଆରଏର ଅନ୍ତର୍ଭୁକ୍ତ କରାଯିବ । ଏସବୁ ପ୍ରତିଷ୍ଠାନ ଜାମନଗରଠାରେ ଅନେକ ଦିନୁ ଗଢି ଉଠିବା ସହ ଆୟୁର୍ବେଦ ଶିକ୍ଷା, ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗାଉଛନ୍ତି  ପାଖାପାଖି ରହିଥିବା ସବୁ ଅନୁଷ୍ଠାନ ସବୁ ଏବେ ଆଇଟିଆରଏ ଅଧୀନରେ କାର୍ଯ୍ୟ କରିବ ।ଆଶା କରାଯାଉଛି ଯେ ଏହି ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଏସବୁ ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକୁ ଅଧିକ ସ୍ୱୟଂଶାସନ ମିଳିବ ଏବଂ ସେମାନେ ସ୍ୱାଧୀନଭାବେ ନିଜ ନିଜର କାର୍ଯ୍ୟ କରିପାରିବେ । ଆୟୂଷ ଚିକିତ୍ସା ଓ ଅଧ୍ୟୟନ କ୍ଷେତ୍ରରେ ଏହି ଅନୁଷ୍ଠାନ ନୂଆମାନ ସୃଷ୍ଟି କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସହାୟକ ହେବ । ଏଠାରେ ମଧ୍ୟ ଆୟୁର୍ବେଦର ସବୁ ବିଭାଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରାଯିବ ଏବଂ ଆୟୁର୍ବେଦ ଭେଷଜ କ୍ଷେତ୍ରରେ ମଧ୍ୟ ଅଧିକ ଗବେଷଣା ପାଇଁ ମଧ୍ୟ ଏହା ସହାୟକ ହେବ ।ଆୟୂଷ କ୍ଷେତ୍ରରେ ଆଇଏନ୍‌ଆଇ ମର୍ଯ୍ୟାଦା ପାଇବାରେ ଆଇଟିଆରଏ ପ୍ରଥମ ଅନୁଷ୍ଠାନ ହେବ । ଏହି ଅନୁଷ୍ଠାନ ସ୍ୱାଧୀନଭାବେ ଏହାର ପାଠ୍ୟକ୍ରମ ଓ ପରିଚାଳନା ଦାୟିତ୍ୱ ତୁଲାଇବ । ଏହାଛଡା ସ୍ୱାଧୀନଭାବେ ମଧ୍ୟ ଏହି ଅନୁଷ୍ଠାନ ପାଠ୍ୟକ୍ରମମାନ ପ୍ରବର୍ତ୍ତନ କରିବାର ଅଧିକାର ପାଇବ । ଏବେ ସାରା ବିଶ୍ୱରେ ପାରମ୍ପରିକ ଚିକିତ୍ସ ପଦ୍ଧତି ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଥିବାରୁ ସେହି ଆବଶ୍ୟକତା ପୂରଣ ପାଇଁ ଭାରତରେ ପ୍ରଥମ କରି ଏକ ଜାତୀୟ ପ୍ରତିଷ୍ଠାନ ଆଇଟିଆରଏ ସ୍ଥାପନ ହେବାକୁ ଯାଉଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ