ଆୟୁଷ୍ମାନ ଭାରତ ଅନ୍ତର୍ଗତ ୫୦ ଲକ୍ଷ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା

ଆୟୁଷ୍ମାନ ଭାରତ ଯୋଜନା ଏକ ବଡ ସଫଳତା ହାସଲ କରିଛି । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିି ।
ଆୟୁଷ୍ମାନ ଭାରତର ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଏକ ସୁସ୍ଥ ଭାରତ ନିର୍ମାଣ କରିବାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟ ! ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ମାତ୍ର ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ମାଧ୍ୟମରେ ୫୦ ଲକ୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଚିକିତ୍ସାର ଲାଭ ମିଳିଛି । ଚିକିତ୍ସା ବ୍ୟତୀତ, ଏହି ଯୋଜନା ଅନେକ ଭାରତୀୟଙ୍କୁ ସଶକ୍ତ କରିଛି ।”
ଠିକ ଏକ ବର୍ଷ ପୂର୍ବରୁ ୨୦୧୮ରେ ଶୁଭାରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା, ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ୧୦.୭୪ କୋଟିରୁ ଅଧିକ ଗରିବ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜିଏୱାଇ) ଅନ୍ତର୍ଗତ, ୧୬,୦୮୫ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦ କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି ।
ଆୟୁଷ୍ମାନ ଭାରତ ଅନ୍ତର୍ଗତ ସମଗ୍ର ଦେଶରେ ପାଖାପାଖି ୧୭,୧୫୦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ