ଆୟୁଷ କେନ୍ଦ୍ରରେ ଆଶା କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡାସ୍ଥିତ ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ଆଶା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିବିରରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନନ୍ଦ କିଶୋର ଭୂୟାଁ, ଡାକ୍ତର ସନ୍ତୋଷ କୁମାର ବେହେରା ଯୋଗ ଦେଇ ବିଭିନ୍ନ ରୋଗ ନିରାକରଣ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଆଶା କର୍ମୀ ଦମୟନ୍ତୀ ମିଶ୍ର, ମଲ୍ଲୀ ବାରିକ, ସତ୍ୟଭାମା ରାଉତ, ଇନ୍ଦିରା ପଣ୍ଡା, ଗୌରୀ ମହାନ୍ତି, କନକଲତା ବିଶ୍ୱାଳ ଯୋଗ ଦେଇଥିଲେ । ଆଗାମୀ ଦିନରେ ଡାଇବେଟିସ୍‌, ବ୍ଲଡପ୍ରେସର ଓ ଆଣ୍ଠୁଗଣ୍ଠି ଜନିତ ରୋଗର ନିରାକରଣ ଓ ଯୋଗ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କର୍ମଚାରୀ ସୁଦାମ ଚରଣ ମଲ୍ଲିକ, ଜଗନ୍ନାଥ ନାୟକ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ