ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା) :ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହାର ଅଧୀନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ଅସହଯୋଗ ଆନ୍ଦୋଳନ ପବିତ୍ର ଗାନ୍ଧୀ ଜୟନ୍ତୀ ଆରମ୍ଭ କରିଛନ୍ତି । ଏହି ଆନ୍ଦୋଳନ କୁ ବୁଧବାର ପଞ୍ଚମ ଦିନରେ ପହଁଚିଛି l ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସେମାନେ କର୍ତ୍ତବ୍ୟରେ ଥାଇ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ଥିବା ଜଣାପଡ଼ିଛି । ଡାକ୍ତର ମାନଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ବିଭାଗ ଖୋଲିବା, ମାସିକ ବେତନ ବୃଦ୍ଧି କରିବା ଆଦି ଦାବି ନେଇ ଆନ୍ଦୋଳନ କରୁଛନ୍ତି ଆୟୁଷ ଡାକ୍ତର ମାନେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ତଥା ଗଞ୍ଜାମ ଆୟୁଷ ଡାକ୍ତର ସଂଘ ର ଜିଲ୍ଲା ସଭାପତି ଡାକ୍ତର ଚନ୍ଦ୍ର ଶେଖର ମିଶ୍ର, ନୋଳିଆ ନୂଆ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ଆୟୁଷ ଡାକ୍ତର ତପସ୍ୱିନୀ ପାତ୍ର, ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ରାମାନୁଜ ପଟ୍ଟନାୟକ ଓ ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମମତା ମିଶ୍ର ଏହି ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l