ଆୟୁଷ ଡାକ୍ତରଙ୍କ କଳା ବ୍ୟଜ୍ ପରିଧାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଆୟୁଷ ଡାକ୍ତର ମାନେ ଗତ ୫ ତାରିଖରୁ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ଆୟୁଷ ଡାକ୍ତର ସଂଘ ଓ ରାଷ୍ଟ୍ର ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଘ ପକ୍ଷରୁ ଆହ୍ୱାନ କ୍ରମେ ଏହିପରି କଳାବ୍ୟାଜ ପରିଧାନ କରାଯାଇଛି । ସମାନ କାମକୁ ସମାନ ଦରମା ଦେବା ସହ ସେମାନଙ୍କୁ ଚାକିରୀରେ ନୀୟମିତ କରିବା ପାଇଁ ଏହିପରି ଦାବି ଉପସ୍ଥାପନ କରିଛନ୍ତି । ଡାକ୍ତର ସଚ୍ଚିକାନ୍ତ ମହାପାତ୍ର କହିଛନ୍ତି ଯେ, ଆୟୁଷ ଡାକ୍ତର ମାନେ ଘରୋଇ ସଂଘରୋଧଠୁ ଆରମ୍ଭ କରି କୋଭିଡ୍ କେୟାର ହସ୍ପିଟାଲ ପର୍ଯ୍ୟନ୍ତ ସବୁଠାରେ ନିୟୋଜିତ ହୋଇଛନ୍ତି । ଆଗ ଧାଡିର ସ୍ୱାସ୍ଥ୍ୟ କର୍ମି ଭାବେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳୁନାହିଁ । ସମସ୍ତ ପ୍ରକାର ଚିକିତ୍ସା ଓ ଔଷୋଧ ବ୍ୟବହାର ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଉଛନ୍ତି । ଡାକ୍ତର ଜି.ବେଦବିକାଶ,ଏମ୍‌. ଅର୍ଣ୍ଣପୁର୍ଣ୍ଣା, ନିବେଦିତା ଦୋରା, ପ୍ରମୁଖ ଏହି ଦାବି ପୂରଣ ପାଇଁ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ