ଆୟୋଡିନ ଅଭାବଜନିତ ଅସୁସ୍ଥତା ଓ ପ୍ରତିକାର ଦିବସ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବାଲେଶ୍ୱର ପକ୍ଷରୁ ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ଅସୁସ୍ଥତା ଓ ପ୍ରତିକାର ଦିବସ ଅକ୍ଟୋବର ୨୧ତାରିଖ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆୟୋଡିନ ଯୁକ୍ତ ଲୁଣ ଖାଇଲେ ଗଳଗଣ୍ଡ ରୋଗରୁ ମୁକ୍ତି ମିଳିବା ସହିତ ଗର୍ଭାବସ୍ଥାରେ ବଢୁଥିବା ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଡା. ଚୌଧୁରୀ ପ୍ରକାଶ କରିଥିଲେ । ପୂର୍ବାହ୍ନରେ ନର୍ସିଂ ସ୍କୁଲର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା ଗିରୀଶ ଚନ୍ଦ୍ର ପତି, ଡା ଅନ୍ତର୍ଯ୍ୟାମୀ ମିଶ୍ର, ଡିପିଏମ୍ ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି, ଡା ବିଷ୍ଣୁପ୍ରିୟା ଦାଶ, ଡା. ନରେଶ ଚନ୍ଦ୍ର ଦାସ, ରମଣୀକାନ୍ତ ଭଞ୍ଜ ଓ ବ୍ରଜେଶ୍ୱର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ