ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସଙ୍କୁ କରୋନା ସଂକ୍ରମିତ

ଲଣ୍ଡନ : ୭୧ ବର୍ଷ ବୟସ୍କ ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିକଟରେ ଅଷ୍ଟ୍ରେଲିଆ ସମେତ ଅନ୍ୟାନ୍ୟ ଦେଶରେ ବହୁ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶ ଫେରିଥିଲେ। ବର୍ତମାନ ସେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି। ଏନେଇ ବ୍ରିଟିସ ରାଜ ପରିବାରର ମୁଖପାତ୍ର କହିଛନ୍ତି ଯେ ପ୍ରିନ୍ସ ଚାର୍ଲସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ରହିଥିବାବେଳେ କିଛି ଦିନ ହେଲା ସେ ଘରେ ରହି କାର୍ଯ୍ୟ କରୁଛନ୍ତି। ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁରେ ସଂକ୍ରମିତ ଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡିଛି । ତେବେ କାମିଲାଙ୍କ ରିପୋର୍ଟ ନେଗେଟିଭ ରହିଛି। ଉଭୟ ସ୍କଟଲ୍ୟାଣ୍ଡର ବ୍ରିକହଲ ବାସଭବନରେ ରହୁଛନ୍ତି । ପ୍ରିନ୍ସ ଚାର୍ଲସଙ୍କ ସହ ରହି କାର୍ଯ୍ୟ କରୁଥିବା ୬ ଜଣ ଅଧିକାରୀମାନଙ୍କୁ ମଧ୍ୟ ଆଇସୋଲେସନରେ ରଖ ଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ