ଇଂ ବି.ସି. ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଡି.ଏ.ଭି. ପବ୍ଲିକ୍ ସ୍କୁଲ କଳିଙ୍ଗ ନଗରଠାରେ ପୂର୍ବତନ ଚେୟାରମ୍ୟାନ ତଥା ଓଡ଼ିଶା ଡି.ଏ.ଭି ଆନ୍ଦୋଳନର କର୍ଣ୍ଣଧାର ଓ ଦୈ୍ୱତନଗରୀ ଡି.ଏ.ଭି ବିଦ୍ୟାଳୟ ସମୂହର ମୁଖ୍ୟ ବିନ୍ଧାଣି ଇଂ ବିରେନ୍ ଚନ୍ଦ୍ର ପଟ୍ଟନାୟକଙ୍କ ୯୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁଙ୍କ ସମେତ ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଇଂ ବି.ସି. ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବୈଦିକ ରୀତି ଅନୁଯାୟୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଇଂ ପଟ୍ଟନାୟକଙ୍କ ସ୍ମୃତିଚାରଣ ଉପଲକ୍ଷେ ଇଂରାଜୀ ଓ ଓଡ଼ିଆ ଭାଷାରେ ସୃଜନାତ୍ମକ ଲିଖନ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଏଲ୍ ଆର୍ ଡି.ଏ.ଭି ପବ୍ଲିକ୍ ସ୍କୁଲର ସନତ କୁମାର ମିଶ୍ର ଇଂରାଜୀ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ପ୍ରଥମ ଏବଂ ଡି.ଏ.ଭି ପୋଖରିପୁଟର ସ୍ୱର୍ଣ୍ଣାଭୋ ଘୋଷ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଓଡ଼ିଆ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ଡି.ଏ.ଭି ଚନ୍ଦ୍ରଶେଖରପୁର ପବ୍ଲିକ ସ୍କୁଲର ତନ୍‌ଭି ମଲ୍ଲିକ ପ୍ରଥମ ସ୍ଥାନ ଏବଂ ଡି.ଏ.ଭି ପବ୍ଲିକ ସ୍କୁଲ ପୋଖରିପୁଟର ଶ୍ରୀସିକ୍ତ ରଥ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଇଂ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଭିନ୍ନ ଡି.ଏ.ଭି ବିଦ୍ୟାଳୟ ତରଫରୁ ଏହି ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ