ଇକୋକ୍ଲବ ଆନୁକୁଲ୍ୟରେ ୭୦ ତମ ବନୋମହୋସ୍ରବ ପାଳିତ

ବ୍ର୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) : ଲାଞ୍ଜିପଲ୍ଲୀ ଗୁଡସ ସେଡ୍ ସ୍ଥିତ ଗୁରୁୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ଇକୋ କ୍ଲବ ଆନୁକୁଲ୍ୟରେ ୭୦ ତମ ବନୋମହୋସ୍ରବ ଅବସରରେ ବୃକ୍ଷ୍ୟରୋପଣ କରିବା ସହ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ମହୋସ୍ରବରେ ସମ୍ପାଦି୍କା ଶ୍ରୀମତି ଅନୀତା କୁମାରୀ ପାଢୀ , ନିର୍ଦେଶକ ଓ ଅଧକ୍ଷ ଶ୍ରୀ ନରସିଂହ ସାହୁ , ଉପସ୍ଥିତ ଥିଲେ । ସ୍କୁଲର ଚ୍ୟାୟାରମ୍ୟାନ ଶ୍ରୀ ପ୍ରଶାନ୍ତ ମହାପାତ୍ର , ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢୀ ,ନିର୍ଦେଶକ ଅଧକ୍ଷ ନରସଂହ ସାହୁ , କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉସ୍ରାହର ସହ ବୃକ୍ଷ ରୋପଣ କରିଥିଲେ । ଏହା ସହ ବିଦ୍ୟାର୍ଥୀ ମାନଙ୍କୁ ନେଇ ବକୃତା , ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ