ଇକୋ ଟୁରିଯିମ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା

କଟକ, (ଦୀପକ୍ କୁମାର ବେଉରା):କଟକ ଉପକଣ୍ଠ ନୂଆପାଟଣା ଓ କୟଳପଡା ପଞ୍ଚାୟତରେ ପ୍ରତିଷ୍ଠା ହେଵ ପ୍ଲାନେଟରିୟମ,ବିଜ୍ଞାନ ପାର୍କ ଓ ଜୈଵ ପର୍ଯ୍ୟଟନ ପ୍ରକଳ୍ପ।ଏଥିପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ଆଜି ବିଜ୍ଞାନ ଓ ଵୈଷୟିକ ଵିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଵୁଲି ଦେଖିଛନ୍ତି।୧୨୬ଏକର ପରିମିତ ଏହି ଅଞ୍ଚଳରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଲେ, ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ଜୀଵିକା ଉପାର୍ଜନର ନୂଆ ଵାଟ ଫିଟିଵ। ଏହା ସହ ନାକଚୁଣୀ ପାଟର ପୁନରୁଦ୍ଧାର କରି ସେଠାରେ ଵୋଟିଂ ଵ୍ୟଵସ୍ଥା ସହ ପାର୍କ ଓ ଚିତ୍ତ ଵିନୋଦନ ପାଇଁ ଵ୍ୟଵସ୍ଥା କରାଯିଵ। ଏହି ପ୍ରକଳ୍ପ ଗୁଡିକ ପାଇଁ ୧୨୬ଏକର ଯାଗା ଚିହ୍ନଟ ହୋଇଛି।ସ୍ଥାନୀୟ ଵିଧାୟକ ସୌଭିକ୍ ଵିଶ୍ବାଳଙ୍କ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଓ ଯୋଜନା ଵୋର୍ଡ ୫୦ଲକ୍ଷ ଟଙ୍କା ଦେଵା ପରେ ଏହି ପ୍ରକଳ୍ପ ଗୁଡିକର ପ୍ରାଥମିକ କାମ ଆରମ୍ଭ ହୋଇଛି।ଏହା ଵ୍ୟତୀତ ପର୍ଯ୍ୟଟନ ଵିଭାଗ ମଧ୍ୟ ଏଥିପାଇଁ ୨କୋଟି ଟଙ୍କା ମଞ୍ଜୁର କରିଛି।ନୂଆପାଟଣା ରେ ଥିବା ପାହାଡ ଉପରେ ଜୈଵ ପର୍ଯ୍ୟଟନର ଭିତ୍ତିଭୂମି ଵିକାଶ କାମ ମଧ୍ୟ ଆରମ୍ଭ ହୋଇଛି।ଏହି ପ୍ରକଳ୍ପରେ ଏଠାରେ କଟେଜ୍ ଵ୍ୟଵସ୍ଥା ସହ ପର୍ଯ୍ୟଟନ ଓ ସଂସ୍କୃତି କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିଵାର ଯୋଜନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ