‘ଇକୋ ଡେଭଲପମେଣ୍ଟ’ କମିଟିର ପୁନର୍ଗଠନ ସହ ୧୪ ଦଫା ଦାବୀ ନେଇ ଗଣଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ କଇଁପୁର ଗ୍ରାମରେ ରାମଗିରି ବନଖଣ୍ଡ ଅଧିକାରୀ ଙ୍କ ଦ୍ଵାରା ବେଆଇନ ଭାବେ ଗଠିତ ହୋଇଥିବା ମହେନ୍ଦ୍ରଗିରି ‘ଇକୋ ଡେଭଲପମେଣ୍ଟ’ କମିଟିର ପୁନର୍ଗଠନ ଦାବୀ ନେଇ ଗଣଧାରଣା ଦିଆଯାଇଥିବା ଜଣାପଡ଼ଛି l ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧିନ କଇଁପୁର ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷ ଧନେଶ୍ଵର ଭୂୟାଁ ଙ୍କ ନେତୃତ୍ୱରେ କଇଁପୁର, କେରାଣ୍ଡି, ଗଙ୍ଗାବାଡ଼ ପଞ୍ଚାୟତର ଶତାଧିକ ଆାଦିବାସୀ ମେଳି କରି ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଇଁପୁର ବନବିଭାଗ କାର୍ଯ୍ୟଳୟ ଠାରେ ପହଞ୍ଚିଥିଲେ ପରେ ବୁରୁଖତ ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ରାମଗିରି ବନଖଣ୍ଡ ଅଧିକାରୀଙ୍କ ଦ୍ଵାରା ବୁରଖତ ଠାରେ ବେଆଇନ ଫାଟକ କରି ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଠାରୁ ଟଙ୍କା ଆଦାୟକୁ ବିରୋଧ କରିବା ସହ ମହେନ୍ଦ୍ରଗିରି ପାଦଦେଶରେ ‘ଇକୋ ଡେଭଲପମେଣ୍ଟ’ କମିଟିରେ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୁନଃ ଗଠନ ସହ ୧୪ ଦଫା ଦାବୀ କରିଛନ୍ତି l ଏନେଇ ତହସିଲଦାର ଲୀଳା ବତୀ ଆଚାର୍ଯ୍ୟଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁଦାବୀ ପତ୍ର ପ୍ରଦାନ କରିଥିଲେ l ଦାବୀ ଗୁଡିକ ହେଲା ତିନୋଟି ପଞ୍ଚାୟତର ଗ୍ରାମକୁ ନେଇ ମହେନ୍ଦ୍ରଗିରି ‘ଇକୋ ଡେଭଲପମେଣ୍ଟ’ କମିଟି ଗଠନ, ପାଦଚଳା ଯାତ୍ରୀ ଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ ବନ୍ଦ, ପୁନଃ ଭାବେ କମିଟି ଗଠନ ହେବା ପର୍ଯ୍ୟନ୍ତ ଫାଟକ ସମ୍ପୂଣ୍ଣ ବନ୍ଦ କରାଯାଉ, ସ୍ଥାନୀୟ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ଜଙ୍ଗଲ ଜାତ ଦ୍ରବ୍ୟ ନିର୍ବାହ କରି ଆସୁଥିବା ଗରିବ ଆଦିବାସୀଙ୍କୁ ବଞ୍ଚିତ କରାନଯାଉ, ଗଙ୍ଗାବାଡ ଠାରୁ ମହେନ୍ଦ୍ର, କଇଁପୁର ଠାରୁ ବୁରଖତ ରାସ୍ତା ନିର୍ମାଣ କରାଯାଉ, ମହେନ୍ଦ୍ର ଗିରି ଠାରେ ତୁରନ୍ତ ବିଜୁଳି ସଂଯୋଗ କିମ୍ବା ସୌର ଶକ୍ତି ସଂଯୋଗ କରାଯାଉ ଆଦି ଦାବୀ ଥିବାବେଳେ ଏହାର ସମାଧାନ ଆସନ୍ତା ଶିବରାତ୍ରି ସୁଦ୍ଧା ଏହାର ସମାଧାନ ନହେଲେ ଭକ୍ତ, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ପ୍ରଶାସନ ଅଧିକାରୀଙ୍କୁ ମହେନ୍ଦ୍ରଗିରି ପ୍ରବେଶ ବାରଣ କରିବା ସହିତ ଟଙ୍କା ଆଦାୟ ପାଇଁ କରାଯାଇଥିବା ଫାଟକ ଭଙ୍ଗା ଯିବା ସହ ବିଶାଳ ଗଣ ଧାରଣା କରାଯିବ ବୋଲି କଇଁପୁର ସରପଞ୍ଚ କୈଳାସ ଚନ୍ଦ୍ର ଶବର, ସମିତି ସଭ୍ୟ ମଙ୍ଗଳା କାର୍ଯୀ, ଗଙ୍ଗାବାଡ ସରପଞ୍ଚ ସୁନିତା କିଙ୍ଗଲ, କେରାଣ୍ଡି ସରପଞ୍ଚ ରଘୁନାଥ ଶବର, ସମିତି ସଭ୍ୟା ନିଦ୍ରାବତୀ ଶବର ଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସ୍ଥାନୀୟ ଲୋକେ, ବୁଦ୍ଧିଜୀବି ଚେତାବନୀ ଦେଇଛନ୍ତି l ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l


